-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
14-May-2024
ପଦ୍ମପୁର (ପ୍ରେରଣା ଖବର )
୨୦୨୩/୨୦୨୪ଶିକ୍ଷା ବର୍ଷ ପାଇଁ ହୋଇଥିବା ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ବରଗଡ଼ ଜିଲ୍ଲା ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶ୍ରୀମାନ ଶୋଭିତ ସାହୁ ସପ୍ତମ ଶ୍ରେଣୀରେ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସାରା ଓଡ଼ିଶାରେ ଅଷ୍ଟମ ସ୍ଥାନ ଓ ଶ୍ରୀମାନ ସ୍ବାଗତ ସାହୁ ପଞ୍ଚମ ଶ୍ରେଣୀରେ ପ୍ରାଦେଶିକ ମେଧା ପରୀକ୍ଷାରେ ସାରା ଓଡ଼ିଶାରେ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି l ଦୁଇ ଭାଇ ପଦ୍ମପୁର ନିକଟସ୍ଥ ବୁଡେନ୍ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନାଦି ସାହୁଙ୍କର ନାତି ଅଟନ୍ତି l ଦୁହେଁ ତାଙ୍କର ଏହି ସଫଳତା ପାଇଁ ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଗୁରୁମା ଓ ପରିବାର ବର୍ଗଙ୍କୁ ସମସ୍ତ କୃତିତ୍ଵର ଶ୍ରେୟ ଦେଇଛନ୍ତି l