-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
12-May-2024
ବଲାଙ୍ଗିର(ପ୍ରେରଣା ଖବର): ରବିବାର ସନ୍ଧ୍ୟାରେ ପାଇକଵାହାଲ ପଂଚାୟତର ରାଜପାଲି ମହିମା ମଠଠାରେ, ବିଶ୍ଵଶାନ୍ତି ଅଖଣ୍ଡ ଵ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଏହି ଯଜ୍ଞ ରେ ପୁଆ ମଠର ତ୍ଯାଗି ବାବା ଶକ୍ତି ଦାସ ଧୂନି ସ୍ଥାପନ କରିଥିବା ବେଳେ,ମଠର ପରିଚାଳକ ରସିଆ ଦାସ ଯଜ୍ଞ କର୍ତ୍ତା ଭାବରେ କାର୍ଯ୍ଯ ନିର୍ବାହ କରିଥିଲେ। ଏହି ଅବସରରେ ଏକୋଇଶି ଶାଖା ଅଖଣ୍ଡ ଝାଡଵତୀ ଲଗା ଯାଇଥିଲା।ଵ୍ରହ୍ମ ଯଜ୍ଞ ରେ ମେଣ୍ଡା ମହିମା ଭଜନ ପାର୍ଟି ଜେମାଦେଇ ନନ୍ଦ ଓ ସାଥି ତଥା ଵ୍ରହ୍ମଣୀପାଲି ଭଜନପାଟି,ରାଜପାଲି କିର୍ତ୍ତନ ଦଳ ମହିମା ଭଜନ ପରିବେଷଣ କରିଥିଲେ। ଏଥିରେ ମହିମା ଧର୍ମର ଵହୁତ ସଂଖ୍ୟାରେ ସାଧୁ ସନ୍ୟାସୀ ଯୋଗ ଦେଇ ବିଶ୍ଵ ଶାନ୍ତି ଓ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜପାଲି ର ରାଜେନ୍ଦ୍ର ପଣ୍ଡା,କିର୍ତ୍ତନ ଶିକା, ଭୈରବ ନାଏକ,ମଧୁ ଶିକା,ଆନନ୍ଦ ନନ୍ଦ, ପୂର୍ଣ୍ଣଚନ୍ଦ୍ର ସୁନା, ପ୍ରଭାକର ନନ୍ଦ, ଓ ଅନ୍ୟାନ୍ୟ ଭକ୍ତ ମାନେ ସହଯୋଗ କରିଥିଲେ।