-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
12-May-2024
ତୁଷୁରା (ପଞ୍ଚାନନ ନାଏକ) ରକ୍ତ ଅଭାବରୁ କେହି ନିଜର ଜୀବନ ହାରିବେ ନାହିଁ ବୋଲି ଦୃଢ଼ତା ସହ ପ୍ରକାଶ କରିଛନ୍ତି ତୁଷୁରା ମାରୱାଡି ମହିଳା ସମିତିର ନୂତନ ରକ୍ତ ସଂଯୋଜିକା ଭାବେ ଯୋଗ ଦେଇ ଥିବା ରାମା ଦେବୀ ଜୈନ। ୨୦୨୪-୨୫ ବର୍ଷ ପାଇଁ ଶ୍ରୀମତୀ ଜୈନ ରକ୍ତ ସଂଯୋଜିକା ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ "ବଞ୍ଚିଥିବା ପର୍ଯ୍ୟନ୍ତ ରକ୍ତଦାନ ଓ ମୃତ୍ୟୁ ପରେ ଅଙ୍ଗଦାନ " ଏହି ବାର୍ତ୍ତା ଲୋକମାନଙ୍କ ଠାରେ ପହଞ୍ଚାଇ ସଚେତନ କରିବା ସହ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର କରାଯାଇ ରକ୍ତର ଅଭାବ ପୂରଣ କରାଯିବ ବୋଲି ଶ୍ରୀମତୀ ଜୈନ ପ୍ରକାଶ କରିଛନ୍ତି।