-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
12-May-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର): ଆଜି ଅପରାହ୍ନ ପ୍ରାୟ ୩ ଘ. ସମୟରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରି ଛକ ନିକଟ ଡାବୁଗାଁ- ପାପଡାହାଣ୍ଡି ରାଜ୍ୟ ରାଜପଥ-୩୯ କଡରେ ଥିବା ଜଙ୍ଗଲ ମଧ୍ୟରେ ଦୁଇଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଦୁଇ ଭାଲୁ ଦୀର୍ଘ ୫ ଘଣ୍ଟା ସେଠାରେ ଏପଟେ ସେପଟେ ବୁଲି ଖେଳୁଥିବା ଲୋକମାନେ କହିଛନ୍ତି । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନେ ଏତେ ବଡ଼ ବଡ଼ ଭାଲୁ ଦେଖି ଭୟଭୀତ ହୋଇଥିଲେ । ଅନେକ ଲୋକ ଫଟୋ ଭିଡିଓ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଡାବୁଗାଁ ରୁ ମାତ୍ର ୩ କିଲୋମିଟର ଦୂରରେ ଭାଲୁ ବାହାରିବା ଖବର ଶୁଣି ଡାବୁଗାଁ ଗ୍ରାମବାସୀ ମଧ୍ୟ ଭୟଭୀତ ଅଛନ୍ତି