-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
09-May-2024
ବଲାଙ୍ଗିର(ଚିତ୍ରସେନ ବେହେରା)- ରାମଜୀ ନାଟ୍ୟ ସଂସଦ ର ରାମଲୀଳା ନାଟକ ଏପ୍ରିଲ ୧୭ ରୁ ମେଇ ୮ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ରାମଲୀଳା ଅନୁଷ୍ଠିତ ହୋଇଯାଇଥିଲା । ଶେଷ ରାଜନୀ ଥିଲା ଏଥିରେ ପ୍ରଭୁ ଶ୍ରୀରାମ, ସୀତା ଓ ଲକ୍ଷ୍ମଣ ନିଜ ରାଜ୍ୟ ଅଯୋଧ୍ୟା କୁ ଫେରି ପ୍ରଭୁ ରାଜା ପଦରେ ଅଭିଷିକ୍ତ ହୋଇଥିବାର ଦୃଶ୍ୟ ମଂଚସ୍ଥ ହୋଇଥିଲା । ଏହି ଅବସରରେ ଅନେକ ଦର୍ଶକ ଏହି ନାଟକଟିକୁ ଉପଭୋଗ କରିଥିଲେ । ଏହି ସମୟରେ ଅନେକ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ ସହିତ ପୁରୁଖା ବାଦ୍ୟ ବାଦକ ସୁଦର୍ଶନ ପଟେଲ ସମ୍ମାନ ସଦୃଶ ଫଳକ ଗୁରୁ ବାଳମୁକୁନ୍ଦ ବେହେରା ଦେଇଥିଲେ ଏବଂ ଇଣ୍ଡିଏନ୍ ଆଇଡଲ ରେ ଯାଇ ବଲାଙ୍ଗିର ତଥା ଓଡିଶା କୁ ସମ୍ମାନ ଆଣିଥିବା ଅଜୟ ଅମର ସିଂଦେଓ ଏବଂ କଣ୍ଠଶିଳ୍ପୀ ଶ୍ରୀୟା ପଟେଲ, ବାଦ୍ୟକାର ଆୟୁଷ୍ମାନ ତ୍ରିପାଠି, ବାସୁଦେବ ବେହେରା, ଶୁଶାନ୍ତ ଚେପଦାର, ରାମ ନାଏକ, ଶିଶୁ କଳାକାର ରୁଷି ନାଏକ, ପୁରୁଣା କଳାକର ସୁବାଷ ସାଏ, ସାରଥି ରଥ, ପ୍ରଚାର ପ୍ରସାର ଓ ସୋସିଏଲ ମିଡିଆ କୁଞ୍ଜନ ସାଏ, ହିମାଂଶୁ ପାଇକରାଏ ଓ ପ୍ରଶାନ୍ତ ମହାକୁରକୁ ମଧ୍ୟ ସମ୍ମାନ ସଂସଦ ତରଫରୁ କରାଯାଇଥିଲା । ପରିଚାଳନା କରିଥିଲେ ଚିଦାନନ୍ଦ ବେହେରା, ମାନପତ୍ର ପଠନ କରିଥିଲେ କୁମୁଦ ରଂଜନ ନାଏକ, ଅରୁଣ ରାଉତ । ସହଯୋଗ କରିଥିଲେ ରବି ନାଏକ । ଦର୍ଶକମାନେ ଭାବବିହ୍ୱଳ ହୋଇ ନାଟକ କୁ ଉପଭୋଗ କରିଥିବାର ଦୃଶ୍ୟ ଦେଖାଯାଉଥିଲା । ଶ୍ରୀରାମ ଙ୍କ ଜୟ ଶ୍ରୀରାମ ନାମରେ ସାରା ବଲାଙ୍ଗିର ବାସିନ୍ଦା ଗାନ କରି ପୁଣି ଆର ବର୍ଷକୁ ଅପେକ୍ଷା କରୁଛୁ ବୋଲି ଦର୍ଶକମାନେ କହୁଥିବାର ଦୃଶ୍ୟ ତଥା ସାଂସ ତରଫରୁ ଡା. ରୁଦ୍ରନାରାୟଣ ପଟେଲ ସମସ୍ତଙ୍କୁ ସମ୍ବୋଧନ ଦେଇ ଧନ୍ୟବାଦ ଦେଇଥିଲେ । ଶେଷରେ କଳାଶ୍ରୀ ଏକାଡେମୀ ଓଡିଶି ନୃତ୍ୟ ଏବଂ ବିଭିନ୍ନ ସଂଗୀତ ପରିବେଷଣ ହୋଇଥିବା ବେଳେ ସ୍ଥାନୀୟ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉଦ୍ଯାପିତ ହୋଇଥିଲା ।