-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
09-May-2024
ବଲାଙ୍ଗିର, ତା. ୯/୫- (ପ୍ରେରଣା ଖବର) ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟୀ ସଭାପତି ବିପିନ ସାହୁ, କମିଟୀ ସଦସ୍ୟା ଚନ୍ଦ୍ରକାନ୍ତୀ ଛତ୍ରପାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରେଡକ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଂଟ ସମାଜରେ ମାନବିକତା ତଥା ସେବା କାର୍ଯ୍ୟକ୍ରମ କୁ କିଭଳି ଲୋକାଭୀମୁଖି କରିପାରିଛନ୍ତି ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଛାତ୍ରଛତ୍ରୀ, ଶିକ୍ଷକ, ପରିଚାଳନା କମିଟୀ ସଦସ୍ୟ ମିଳିତ ଭାବରେ ସ୍କୁଲ ପରିସର ସଫେଇ କରିବା ସହିତ ଜନସାଧାରଣ କିପରି ଅଂଶୁଘାତରୁ ସୁରକ୍ଷିତ ରହିବେ ସେ ବିଷୟରେ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଗୋବିନ୍ଦ ସାହୁ, ଦିଲ୍ଲୀପ କୁମାର ଥନାପତି, ରାଜ କିଶୋର ମାହାକୁର,ପିଙ୍କି କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।