-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
09-May-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳିର ସଦର ବ୍ଲକର ଚନ୍ଦନଭାଟି ଅଞ୍ଚଳରେ ବିଜେଡିଦଳ ସାମାନ୍ୟ ଦୁର୍ବଳଥିବା ଆଲୋଚନା ହେଉଥିଲା । ଗତ କିଛିଦିନ ତଳେ ସେଠାରେ ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ ବେଳେ ବହୁତକମ ସଂଖ୍ୟାରେ ଲୋକ ଉପସ୍ଥିତ ଥିବା ନେଇ କଂଗ୍ରେସ ତାଚ୍ଛଲ୍ୟ କରୁଥିଲା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରୁଥିଲା । କିନ୍ତୁ ବୁଧବାର ସଂଧ୍ୟାରେ ବନ୍ଦନଭାଟିଠାରେ ହୋଇଥିବା ବିଜେଡିର ବିଶାଳ ସମାବେଶକୁ ଦେଖି ବିରୋଧି ଛାନିଆଁ ହୋଇଯାଇଛନ୍ତି । ଗତ କିଛିଦିନ ହେଲା ନୀୟମିତ ଭାବରେ କିଛି ସମିତିସଭ୍ୟ, ସରପଞ୍ଚ ଆସି ବିଜେଡିରେ ଯୋଗଦେବା ପରେ ସେହି ଅଞ୍ଚଳରେ ବିଜେଡିଦଳର ଶକ୍ତିବୃଦ୍ଧି ହୋଇଛି । ବୁଧବାର ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଦୁର୍ନୀତି ପ୍ରସଙ୍ଗ ଉଠାଇ ଘେରିଥିଲେ । ବିଧାୟକ କେବଳ ଠିକାବିକ୍ରି କରି ପରିବାରର ବିକାଶ କରୁଛନ୍ତି ବୋଲି କହିବା ସହିତ ବିଧାୟକଙ୍କ ଅପାରଗତା କାରଣରୁ ଆଜି ଅନେକ ଗାଁ ରେ ପାନୀୟଜଳ ସମସ୍ୟା ଦେଖାଦେଇଛି ବୋଲି କହିଥିଲେ । ତେବେ ଆମେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରିବୁ ବୋଲି କଳିକେଶ କହିଥିଲେ । ଚନ୍ଦନଭାଟିର ସୁକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ଜିଲ୍ଲା ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠନେତା ଅନଙ୍ଗଉଦୟ ସିଂଦେଓ, ଯୁବନେତା ମନ୍ମଥବିଜୟ ସିଂଦେଓ, ଅର୍କେଶନାରାୟଣ ସିଂଦେଓ, ରାଜ୍ୟସଂପାଦକ ପ୍ରଭାସ ପାଣିଗ୍ରାହୀ, ବିଧୁଭୂଷଣ ତ୍ରୀପାଠୀ, ଗୁଲାବ ବାଗ, କୈଲାଶ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ନବୀନ ସରକାରର ବିକାଶମୂଳକକାମ ଓ କଲୀକେଶ ସିଂଦେଓଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମିର୍ଦ୍ଧାପାଲି ସମିତିସଭ୍ୟ ବିଶ୍ୱନାଥ ତ୍ରୀପାଠୀ କଂଗ୍ରେସଦଳ ଛାଡି ବିଜୁଜନତାଦଳରେ ସାମିଲ ହୋଇଥିଲେ । ଅନଙ୍ଗଉଦୟ ସିଂଦେଓ ତାଙ୍କୁ ବିଜେଡି ଉତ୍ତରିୟ ଦେଇ ବିଜେଡିରେ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩ହଜାରରୁ ଉର୍ଦ୍ଧ୍ୱ ପୁରୁଷ/ମହିଳା ସାମିଲଥିଲେ ।