-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-May-2024
ଟିଟିଲାଗଡ(ପ୍ରେରଣା ଖବର): ଟିଟିଲାଗଡ ବିଧାୟକ ପ୍ରାର୍ଥୀ ଟୁକୁନି ପ୍ରାର୍ଥୀପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦେଇଥିବା ନେଇ ଅଭିଯୋଗ ହୋଇଛି। ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ବହିଦାର ସ୍ଥାନୀୟ ଧର୍ମଶାଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ ଶ୍ରୀମତୀ ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ନିଜ ଆୟର ସ୍ରୋତ କ୍ୟାବିନେଟ ମନ୍ତ୍ରୀ ଭାବରେ ଉଲ୍ଲେଖ ନ କରି ବିଧାୟିକା ଭାବରେ ଉଲ୍ଲେଖ କରିଛନ୍ତି।ବିଧାୟକ ଓ କ୍ୟାବିନେଟ ମନ୍ତ୍ରୀଙ୍କ ଆୟ ମଧରେ ତାରତମ୍ୟ ରହୁଥିବା ବେଳେ ଶ୍ରୀମତୀ ସାହୁ ମନ୍ତ୍ରୀ ଥାଇ ବିଧାୟକ ଭାବରେ ତାଙ୍କ ଆୟ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଟିଟିଲାଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀଙ୍କ ଠାରେ ଶ୍ରୀ ବହିଦାର ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଗ୍ରହଣ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପସ୍ଥାପନା ସହ ସୂଚନା ଦେଇଛନ୍ତି।