-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-May-2024
କଣ୍ଟାମାଳ(ଜୟ କୁମାର ମହାରଣା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପୁଲିସ ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ କଚେରମାଲ ଗ୍ରାମରେ ଚଢ଼ାଉ କରି ଏକ ବନ୍ଧୁକ ଜବତ କରିବା ସହ ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଚେର ମାଲ ଗ୍ରାମର ପୁଷ୍ପା ଝlଙ୍କର (୩୦)ବୋଲି ପୁଲିସ ସୂଚନା ଦେଇଛି । ଏ ସଂକ୍ରାନ୍ତରେ ଘଣ୍ଟା ପଡ଼ା ଥାନାରେ ୭୪/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଷ୍ପା କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି ।