-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-May-2024
ବୀରମହାରାଜପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନ ଉଫୁଲା ଗ୍ରାମର ୨୮ ବର୍ଷର ସୁବ୍ରତ ଦଣ୍ଡସେନାଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ରୋଜଗାର ପାଇଁ ଟ୍ରେନ୍ରେ ତାମିଲନାଡୁକୁ ଯାଉଥିଲେ। କିନ୍ତୁ ଅଧବାଟରେ ସେ ନିଖୋଜ ହୋଇଯାଇଛନ୍ତି। ସୁବ୍ରତ ନିଖୋଜ ହେଲା ପରେ ପରିବାର ଲୋକଙ୍କର ଚିନ୍ତା ବଢ଼ିଯାଇଥିବା ବେଳେ ତାଙ୍କୁ ନେଇକି ତାମିଲନାଡୁ ଯାଉଥିବା ଦାଦନ ଦଲାଲଙ୍କ ଭୂମିକା ସନ୍ଦେହ ଘେରରେ ରହୁଛି।
ସୂଚନା ଅନୁସାରେ ସୁବ୍ରତ, ତାଙ୍କର ସ୍ତ୍ରୀ ରଞ୍ଜିତା, ଶାଶୁ କଳ୍ପନା ଓ ଏକ ଶିଶୁ ଗତ ୨ ତାରିଖରେ ବିନିକା ଯାଇଥିଲେ। ସେଠାରୁ ଜଣେ ଦାଦନ ଦଲାଲଙ୍କ ସହିତ ତାମିଲନାଡୁ ଅଭିମୁଖେ ବାହାରିଥିଲେ। ରଞ୍ଜିତା ଓ କଳ୍ପନାଙ୍କ କହିବା ଅନୁସାରେ ୨ ତାରିଖରେ ସେମାନେ ପ୍ରଥମେ ବଲାଙ୍ଗୀରରୁ ଟିଟିଲାଗଡ଼ ଦେଇ ଟ୍ରେନ ଯୋଗେ ତାମିଲନାଡୁ ଯାଉଥିଲେ। ରାତି ପ୍ରାୟ ୮ଟା ବେଳେ ଦୁର୍ବାଦ ଷ୍ଟେସନ ପରେ ସୁବ୍ରତ ଶୌଚାଳୟ ଯାଇଥିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଟ୍ରେନରୁ ତଳେ ପଡ଼ିଯାଇଥିଲେ। ଟ୍ରେନ୍ରେ ଘଟଣା ସଂପର୍କରେ ଅନ୍ୟମାନଙ୍କ ଠାରୁ ଶୁଣିବା ପରେ ଚେନ୍ ଟାଣି ଟ୍ରେନକୁ ଅଟକା ଯାଇଥିଲା। କିନ୍ତୁ ସେତେବେଳକୁ ଟ୍ରେନ୍ଟି ପ୍ରାୟ ୮କିଲୋମିଟର ଦୁରରେ ଅଟକି ଥିଲା। ସେଠାରୁ ବହୁତ ଖୋଜାଖୋଜି କଲାପରେ ମଧ୍ୟ ସୁବ୍ରତର କୌଣସି ପତ୍ତା ମିଳିନାଥିଲା।ଏହା ପରେ ପରିବାର ଲୋକଙ୍କୁ ଫୋନ ମାଧ୍ୟମରେ ୪ତାରିଖରେ ସୂଚନା ଦିଆଯାଇଥିଲା। ପରିବାରର ଲୋକମାନଙ୍କ କହିବା କଥା ହେଲା ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଝିରେ ମଝିରେ କଳି ହେଉଥିଲା। ସୁବ୍ରତ ଜଣେ ବୁଦ୍ଧିମାନ ଯୁବକ। ସେ ଟ୍ରେନରୁ କେମିତି ଖସି ପଡ଼ିବ ବୋଲି କହୁଛନ୍ତି। ସେପଟେ କଳ୍ପନା ଓ ରଞ୍ଜିତିକୁ ନେଇ ଦାଦନ ସର୍ଦ୍ଦାର ଉଫୁଲାକୁ ଆଣିବି କହି ଉଫୁଲା ଠାରୁ ଏକ କିଲୋମିଟର ଦୂର କାନପୁର ଛକ ଠାରେ ମା’-ଝିଅଙ୍କୁ ଓହ୍ଲାଇ ଫେରି ଯାଇଥିଲା। ସେଥିପାଇଁ ଦଲାଲର କାର୍ଯ୍ୟ ସନ୍ଦେହ ଘେରରେ ରହିଛି।କଳ୍ପନାଙ୍କ କହିବା ଅନୁସାରେ ଦଲାଲଙ୍କ ଘର ବିନିକା ଥାନା କଉଡ଼ିଆମୁଣ୍ଡା। ସୋମବାର ଦିନ ପରିବାର ଲୋକେ କଉଡ଼ିଆମୁଣ୍ଡା ଯାଇଥିଲେ ମଧ୍ୟ ଦଲାଲର କୌଣସି ଖବର ପାଇନଥିଲା ।