-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Apr-2024
ବଲାଙ୍ଗିର( ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ଗ୍ରିଷ୍ମତାପ ବୃଦ୍ଧି ପାଇଁ ଏଠାରେ ୪୦ ଡିଗ୍ରୀ ଉପରେ ଉତ୍ତାପ ରହୁଥିବା ଯୋଗୁଁ ଜନଜୀବନ ବ୍ୟତିବ୍ୟସ୍ତ କଷ୍ଟକର ହୋଇପଡିଛି। ଆଜି ରବିବାର ବଜାର ଦିନ ହୋଇଥିବାରୁ ଲୋକେ ସାପ୍ତାହିକ ବଜାର କରିଥାନ୍ତି। ସାଧାରଣ ପଥଚାରୀ ମାନଙ୍କ ତୃଷା ନିବାରଣ ପାଇଁ ଆଜି ସ୍ଥାନୀୟ ଗୋପାଳଜୀଉ ମନ୍ଦିର ଗାୟତ୍ରୀ ଶକ୍ତି ପୀଠ ଆଗରେ ବଲାଙ୍ଗିର ଅଖିଳ ଭାରତୀୟ ଗାୟତ୍ରୀ ପରିବାର ଶାଖା ତରଫରୁ ସର୍ବସାଧାରଣ ଙ୍କ ପାଇଁ ଦହି ପାଣି ବଣ୍ଟନ କରାଯାଇଥିଲା ଦିନ ୧୧ ଟା ରୁ ଗୋଟିଏ ପର୍ଯ୍ୟନ୍ତ ଗାୟତ୍ରୀ ପରିବାର ପରିଜନ ଓ ଭଉଣୀ ମାନେ ବଣ୍ଟନ କରିଥିଲେ। ପଥଚାରୀ ମାନେ ଗରମ ରେ ରାସ୍ତାରେ ଗଲାବେଳେ ସେହି ସ୍ଥାନରେ ଅଟକି ଦହି ପାଣି ପାନ କରିଥିଲେ ସେମାନଙ୍କ ତୃଷା ନିବାରଣ କରିଥିଲେ।