-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Apr-2024
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )୨୦୨୪ ନିର୍ବାଚନ ମହାସମର ନିମନ୍ତେ ଆଜିଠୁ ପ୍ରଚାର ଅନୁକୂଳ କରିବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ନିର୍ବାଚନ ନିମନ୍ତେ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ବିଧିବଦ୍ଧ ଭାବରେ ପ୍ରଚାର ମଇଦାନକୁ ଓହ୍ଲାଇବେ ଓ ଫୁଙ୍କିବେ ବିଜୟର ‘ଶଙ୍ଖ’। ଦଳର ଶୀର୍ଷ ତାରକା ପ୍ରଚାରକ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟତମ ସେନାପତି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ହିଞ୍ଜିଳି ଗସ୍ତ କରିବେ। ବୁଧବାର ସକାଳ ୧୦ଟା ୩୦ ମିନିଟରେ ହିଞ୍ଜିଳି ଓ ୧୧ଟା ୩୦ ମିନିଟରେ ଶେରଗଡ଼ରେ ଦୁଇଟି ଜନ ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।