-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
23-Apr-2024
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଏକ ଜରୁରୀ କାଳିନ ସାମ୍ବାଦିକ ସମ୍ମିଳନୀ ଜାତୀୟ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଆକାଶ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା l ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆକାଶ ମିଶ୍ର l ସେ ପୂର୍ବରୁ ବଲାଙ୍ଗିର ଲୋକ ସଭା ଯୁବ କଂଗ୍ରେସର ପ୍ରଥମ ନିର୍ବାଚିତ ସଭାପତି, ରାୟପୁର ପଶ୍ଚିମ ବିଧାନ ସଭାର ପର୍ଯ୍ୟବେକ୍ଷକ 2012, ଏଆଇସିସି ପର୍ଯ୍ୟବେକ୍ଷକ ଭାବରେ ପଶ୍ଚିମବଙ୍ଗ ଆସାନସୋଲ ଲୋକସଭା 2014 ସାଧାରଣ ନିର୍ବାଚନରେ ତାଙ୍କ ଦାୟିତ୍ୱ ତୁଲାଇଥିଲେ l ନିଜର ପଦରେ ଥାଇ ଦଳ ପାଇଁ ଅନେକ ସଂଗଠନ କରି ନିଜ ପାରଦର୍ଶିତା ଦେଖାଇଥିଲେ l ହେଲେ ଦୀର୍ଘ 9 ବର୍ଷ ହେଲା ଦଳ ତାଙ୍କ ପ୍ରତି ଅଣ ଦେଖା ବା ଅବହେଳା କରିଥିବାର ଅଭିଯୋଗ ଆଣିଛନ୍ତି l ତେଣୁ ସେ ଆଜି ଜାତୀୟ କଂଗ୍ରେସ ଦଳ ସଭାପତି ମଳିକାଅର୍ଜୁନ ଖଡ଼ଗେ, ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ଲିଖିତ ଭାବରେ ମେଲ ମାଧ୍ୟମରେରେ ନିଜର ରାଜ୍ୟ ସାଧାରଣ ସମ୍ପାଦକ ପଦ ଓ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି l ଆଜିର ଏହି ସାମ୍ବାଦିକ ସମ୍ମିଳନରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଶତାଧିକ ଆକାଶ ପ୍ରେମୀ ଉପସ୍ଥିତ ଥିଲେ l