-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||     

HOME   ଜିଲ୍ଲା

ପୁରନ୍ଦର ମିଶ୍ର ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ସୁସମ୍ପର୍କ ର ସର୍ବୋଚ୍ଚ ପ୍ରମାଣ

08-Apr-2024



ରାୟପୁର: ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ସୁସମ୍ପର୍କ ର ସର୍ବୋଚ୍ଚ ପ୍ରମାଣ ହେଲେ ପୁରନ୍ଦର ମିଶ୍ର ବୋଲି ଛତିଶଗଡ଼ ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ମତ ପ୍ରକାଶ କରିଛନ୍ତି।ଶ୍ରୀ ମିଶ୍ର ଛତିଶଗଡ଼ ବିଧାନସଭାକୁ ନିର୍ବାଚିତ ହେବା ଦ୍ଵାରା ଉଭୟ ରାଜ୍ୟବାସୀଙ୍କ ମଧ୍ୟରେ ରହିଥିବା ଆପୋଷ ମିତ୍ରତା ପ୍ରମାଣିତ ହୋଇଯାଇଛି ବୋଲି ଶ୍ରୀ ସାୟ କହିଛନ୍ତି। ଛତିଶଗଡ଼ ଓ ଓଡ଼ିଶାର ଅଧିବାସୀଙ୍କ ମଧ୍ୟରେ ରହିଥିବା ଉତ୍ତମ ଭାଇଚାରାର ଏହାଠାରୁ ଆଉ ବଡ଼ ଉଦାହରଣ କିଛି ହୋଇ ନପାରେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।ଏଠାରେ ପ୍ରକାଶ ଯୋଗ୍ୟ ଯେ ପୁରନ୍ଦର ମିଶ୍ର ଏବେ ରାୟପୁର ନଗର ଉତ୍ତରର ବିଧାୟକ ରହିଥିବା ସାଙ୍ଗକୁ ଛତିଶଗଡ଼ ରେ ବସବାସ କରୁଥିବା ୩୫ଲକ୍ଷ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କୁ ନେଇ ଗଠିତ ସମଗ୍ର ଓଡ଼ିଆ ସମାଜର ପ୍ରଦେଶ ଅଧ୍ୟକ୍ଷ ଅଛନ୍ତି।      

ରାୟପୁର ଠାରେ ଆୟୋଜିତ ଉତ୍କଳ ଦିବସ ସମାରୋହ-୨୦୨୪ ରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ  ବିଷ୍ଣୁଦେଵ ସାୟ, ଉତ୍କଳ ଦିବସ କେବଳ ଛତିଶଗଡ଼ରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀଙ୍କର ଉତ୍ସବ ନୁହଁ ବରଂ ସମଗ୍ର ଛତିଶଗଡ଼ବାସୀଙ୍କ ପାଇଁ ଏହା ଏକ ମହାନ  ମଉଛବ ବୋଲି ଦର୍ଶାଇଛନ୍ତି। ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ଜଶପୁରର ସହର ଓ ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ ଓଡ଼ିଶାବାସୀଙ୍କର ଉପସ୍ଥିତି, ଏହି ଦୁଇ ପ୍ରଦେଶର ନିବିଡ ସୌହାର୍ଦ୍ଦ୍ୟତାର ସ୍ଵାକ୍ଷର ବହନ କରୁଥିବା ଶ୍ରୀ ସାୟ ସୁଚାଇଛନ୍ତି। 

ଛତିଶଗଡ଼ ର ସମଗ୍ର ଓଡ଼ିଆ ସମାଜ ଏବଂ ରାୟପୁର ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମହୋତ୍ସବରେ ପ୍ରାୟ ପାଞ୍ଚ ହଜାର ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ସାମିଲ ହୋଇଥିବା ଦେଖାଯାଇଥିଲା।ସଭା ପୂର୍ବରୁ ସମଗ୍ର ଓଡ଼ିଆ ସମାଜର ଅଧ୍ୟକ୍ଷ ପୁରନ୍ଦର ମିଶ୍ରଙ୍କର ନେତୃତ୍ୱରେ ପ୍ରବାସୀ ଓଡ଼ିଆ ମାନଙ୍କର ଏକ ବିଶାଳ ଶୋଭାଯାତ୍ରା ଉତ୍ସବ ସ୍ଥଳକୁ ଆସିଥିଲା। ପ୍ରାରମ୍ଭରେ ଆଗନ୍ତୁକ ଅତିଥିମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥର ଚକା ଦର୍ଶନ ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କର ପୂଜାର୍ଚ୍ଚନା କରିଥିଲେ। ଏହାପରେ ମହିଳା ଥାନା ସାମ୍ନା ସ୍ଥିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ର ନିର୍ମାତା ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।     

ସମାବେଶକୁ ସଂଵୋଧନ କରି ମୁଖ୍ୟଅତିଥି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ଗୌରବମୟ ଇତିହାସ ଏବଂ ଗାରିମା ଗାଥା ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ବୋଲି କହିଥିଲେ। ରାଜ୍ୟର ଭାଷା, କଳା ଓ ସଂସ୍କୃତି ର ପ୍ରସାରଣ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପରି ମହାପୁରୁଷମାନଙ୍କର ଯୋଗଦାନ ସଦା ସ୍ମରଣୀୟ ହୋଇ  ରହିବ ବୋଲି ଶ୍ରୀ ହରିଚନ୍ଦନ ସୁଚାଇ ଥିଲେ।ସଭାରେ ଉଦବୋଧନ ଦେଇ ବିଧାୟକ ଶ୍ରୀ ମିଶ୍ର ଛତିଶଗଡ଼ ରେ ବସବାସ କରୁଥିବା ଓଡିଶାବାସୀ ଙ୍କର ରାଜ୍ୟର ପ୍ରଗତି ନେଇ ବ୍ୟାପକ ଯୋଗଦାନ ରହିଥିବା ଉଲ୍ଲେଖ କରିଥିଲେ। ଛତିଶଗଡ଼ରେ ଥିବା ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଶିକ୍ଷାକୁ ଏକ ବିଷୟ ଭାବରେ ପାଠ୍ୟକ୍ରମରେ ଅନ୍ତର୍ଭୂକ୍ତ କରିବା ପାଇଁ ଶ୍ରୀ ମିଶ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କର ସାମନାରେ ଦାବୀ ଉପସ୍ଥାପନ କରିଥିଲେ।ଏହି ଅବସରରେ ବିଶିଷ୍ଟ ବୁଣାକାର ସାରିକା ମେହେରଙ୍କୁ ତାଙ୍କର ଉତ୍କୃଷ୍ଟ କାର୍ଯ୍ୟ କୁଶଳତା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା। 

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଅରୁଣ ସାଓ, ସାଂସଦ ସୁନୀଲ ସୋନି, ବିଧାୟକ ମୋତିଲାଲ ସାହୁ, ମେୟର ଇଯାଜ ଦେବର, ଉତ୍କଳ ସାଂସ୍କୃତିକ ପରିଷଦର

ଅଧ୍ୟକ୍ଷ ଡ଼ଃ କେ.କେ ଭୋଇ, ଘାସି ସମାଜର ଅଧ୍ୟକ୍ଷ ରାଜେନ୍ଦ୍ର ବେହେରା, ଗଣା ସମାଜର ଅଧ୍ୟକ୍ଷ ଓକିଲ ତାଣ୍ଡି, ଆଦିବାସୀ ସମାଜର ଅଧ୍ୟକ୍ଷ ନାରାୟଣ ପ୍ରସାଦ ନରୌଜି, ସମଗ୍ର ଓଡିଆ ସମାଜର ସଂଗଠନ ମହାସଚିବ ସତ୍ୟଦେବ ଶର୍ମା, ମୁଖପାତ୍ର ଗୁଣନିଧି ମିଶ୍ର ଓ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖାର ଉପ-ସଭାପତି ପୀୟୁଷ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026
  ଜିଲ୍ଲା  
ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ   11-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   11-Oct-2026
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026

You Might Also Like