-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||     

HOME   ଜିଲ୍ଲା

ବଳରାମଙ୍କୁ ନେଇ ବିଜେପିରେ କମ୍ପନ, ହୋଇପାରନ୍ତି ସ୍ୱାଧୀନପ୍ରାର୍ଥୀ ଜନ୍ମଦିନରେ ଅସନ୍ତୁଷ୍ଟଙ୍କ ବିଶାଳ ସମାବେଶ

08-Apr-2024



ବାଲାଙ୍ଗୀର,ବଲାଙ୍ଗୀର ବିଜେପି ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିଚାଲିଛି । ଅସନ୍ତୁଷ୍ଟଙ୍କୁ ମନାଇବାରେ ନେତା ଫେଲ ମାରୁଛନ୍ତି । ଜିଲ୍ଲାରେ ବିଜେପି ଦଳରେ ଏକଛତ୍ରବାଦକୁ ନେଇ ଗତ କିଛିବର୍ଷ ହେଲା ଅସନ୍ତୋଷର ନିଆଁ କୁହୁଳୁଥିଲା । ଏବେ ତାହା ଜଳିବା ଆରମ୍ଭ କରିଛି । ମୁଖ୍ୟତଃ ଯାଦବ ନେତା ବଳରାମ ସିଂଯାଦବଙ୍କୁ ନେଇ ବଲାଙ୍ଗୀର ବିଜେପିରେ କମ୍ପନ ସୃଷ୍ଟି ହୋଇଛି । ବଲାଙ୍ଗୀର ଲୋକସଭା ସାଂସଦ ଥିବା ସଂଗୀତା କୁମାରୀ ସିଂଦେଓ, ତାଙ୍କ ସ୍ୱାମୀ କନକବର୍ଦ୍ଧନ ସିଂଦେଓଙ୍କ ଏକଛତ୍ରବାଦ ମନୋଭାବ ଯୋଗୁଁ ଜିଲ୍ଲାରେ ଭାଜପା ସଂଗଠନ ଦୁର୍ବଳ ହେଉଥିବା ଅଭିଯୋଗ ହୋଇଆସୁଥିଲା । ସାଂସଦ ସଂଗୀତା କୁମାରୀ ସିଂଦେଓ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ନିଜର କିଛି ଅନୁଗତଙ୍କୁ ଧରି ରାଜନୀତି କରୁଥିବାରୁ ସବୁ ଅଞ୍ଚଳରେ ସଂଗଠନ ବିଗିଡିଯାଇଛି । ସେହି କାରଣରୁ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ସାଂସଦ ପ୍ରାର୍ଥୀ ନ କରିବାକୁ କହୁଥିବା ଶୁଣାଯାଏ । ସେଥିପାଇଁ ଯାଦବ ସମାଜରୁ ଆସିଥିବା ବଳରାମ ସିଂଯାଦବ ଚଳିତଥର ୨୦୨୪ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଥିଲା । କିନ୍ତୁ ଶେଷରେ କେନ୍ଦ୍ରୀୟ ନେତୃତ୍ୱ ପୁଣିଥରେ ସଂଗୀତାଙ୍କୁ ସାଂସଦ ପ୍ରାର୍ଥୀ କରିଛନ୍ତି ।

ଏହାକୁ ଅନେକ ପୁରୁଖା ବିଜେପି ନେତା/ନେତ୍ରୀ ବିରୋଧ କରୁଛନ୍ତି । ଦଳରେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ସାଂସଦ ପଚାରୁନାହାଁନ୍ତି କି ସଂଗଠନ ମଧ୍ୟ ବଢାଉ ନାହାଁନ୍ତି । କେବଳ ମୋଦୀ ହାୱାରେ ସେ ଗତଥର ନିର୍ବାଚନ ଜିଣିଥିଲେ । ଚଳିତଥର ସେ ଜିଣିବା ବହୁତ କଷ୍ଟ ହେବ ବୋଲି ଦଳୀୟ କର୍ମି କହୁଛନ୍ତି । ତେବେ ଗତ ୬ ତାରିଖରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବିଜେପି ଦଳର ପ୍ରତିଷ୍ଠା ଦିବସରେ କିଛି ଅଲ୍ପସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ସାଂସଦ ସଂଗୀତା କୁମାରୀ ସିଂଦେଓ, ଜିଲ୍ଲା ସଭାପତି ଶୀବାଜୀ ମହାନ୍ତି ଓ ବଲାଙ୍ଗୀର ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ସହ ଅଲ୍ପକିଛି କର୍ମୀ ଯୋଗ ଦେଇଥିଲେ । ଫଳରେ ଭାଜପା କର୍ମୀ ଙ୍କ ମଧ୍ୟରେ ଉତ୍ସାହ ନଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ହେଲା । ତେବେ ସେପଟେ ଏବେ ବିଦ୍ରୋହୀ ଭୂମିକାରେ ଥିବା ଯାଦବ ନେତା ବଳରାମ ସିଂଯାଦବଙ୍କ ଜନ୍ମଦିନ ଅପ୍ରେଲ ୭ ତାରିଖରେ ତାଙ୍କ ବାସଭବନ ଝାଙ୍କରପାଲିଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ସେଠାରେ ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ୧୪୦୦ଟି ବୁଥରୁ ପ୍ରାୟ ୬ହଜାର ବୁଥକମିଟି ମେମ୍ବର ଯୋଗ ଦେଇଥିଲେ । ଯାଦବନେତାଙ୍କ ଜନ୍ମଦିନ ଆଳରେ ହୋଇଥିବା ସମାବେଶରେ ଏତେସଂଖ୍ୟକ ଭାଜପା କର୍ମିଙ୍କ ଉପସ୍ଥ୍ରିତିକୁ ଲୋକମାନେ ଭିନ୍ନ ନଜରରେ ଦେଖୁଛନ୍ତି । ଜନ୍ମଦିନରେ ବଳରାମ ଓରଫ ବଲ୍ଲୁଭାଇ ନାମସଂକିର୍ତ୍ତନ କରାଇବା ସହିତ ବଜରଙ୍ଗଦଳ,ଆରଏସଏସ ସଂଗଠନ,ବିଶ୍ୱହିନ୍ଦୁପରିଷଦର ଭଳି ଭାଜପାର ଛାମୁଆଁ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଭୋଜିଭାତର ଆସର ମଧ୍ୟ କରିଥିଲେ ଓ ସେମାନଙ୍କର ଆଶୀର୍ବାଦ ନେଇଥିଲେ । ଏପରିକି ବଲ୍ଲୁ ଗଣମାଧ୍ୟମ ଆଗରେ କହିଥିଲେ ଯେ,ସେମାନେ ଭାଜପା ବିରୋଧି ନୁହେଁ ବରଂ ବଲାଙ୍ଗୀର ବିଜେପିରେ ଚାଲିଥିବା ଏକଛତ୍ରବାଦ ବିରୋଧରେ ମେଳି ବୋଲି କହିଥିଲେ । ଆସନ୍ତା ନିର୍ବାଚନରେ ବଳରାମ ସ୍ୱାଧୀନପ୍ରାର୍ଥି ଭାବରେ ସାଂସଦ ପ୍ରାର୍ଥୀ ହୋଇ ଲଢିବେ ବୋଲି ତାଙ୍କ ସମର୍ଥକଙ୍କ ମତ ଲୋଡିଥିଲେ । ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଥିବା ଯାଦବ ଓ ଓବିସି ଭୋଟ ହାତେଇବାକୁ ଉଦ୍ୟମ କରାଯିବ ବୋଲି ବଳରାମଙ୍କ ସମର୍ଥକ କହିଛନ୍ତି । ମୁଖ୍ୟତଃ ସାଂସଦ ସଂଗୀତାକୁମାରୀ ସିଂଦେଓଙ୍କୁ ସୋନପୁର ଜିଲ୍ଲାରେ ପ୍ରବଳ ବିରୋଧ ହେଉଛି । ସେହି କାରଣରୁ ୭ ତାରିଖର ଏହି ସମାବେଶକୁ ସୋନପୁର ଜିଲ୍ଲାର ବହୁସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ଆଲୋଚନାର ବିଷୟ ହୋଇଛି । ସୋନପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ଭାଜପା ସଭାପତି ବିଧାନ ପାଣିଗ୍ରାହୀ, ବଳଦେବ ପ୍ରସାଦ ବେଦବାକ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ବେଣୀମାଧବ ବେଦବାକ, ବଲାଙ୍ଗୀର ଜିଲ୍ଲାର ପୂର୍ବତନ ଭାଜପା ସଭାପତି ପ୍ରଭାସ ପାଣିଗ୍ରାହୀ, ଶଶୀଭୂଷଣ ଶତପଥିଙ୍କ ଭଳି ଶତାଧିକ ପୁରୁଣା କାର୍ଯ୍ୟକର୍ତ୍ତା ଏହି ସମାବେଶରେ ଯୋଗ ଦେଇଥିଲେ । ବଳରାମ ଓରଫ ବଲ୍ଲୁଙ୍କ ଏହି ସମାବେଶକୁ ନେଇ ଭାଜପା ଶିବିରରେ କମ୍ପନ ସୃଷ୍ଟି ହୋଇଛି । କେହି କାହାକୁ କିଛି ନକହିଲେ ହେଁ ବଳରାମଙ୍କ ଏହି ସମାବେଶ ଭାଜପା ପାଇଁ କଣ୍ଟା ସାଜିବ ବୋଲି ଆକଳନ କରାଯାଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026
  ଜିଲ୍ଲା  
ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ   11-Oct-2026

You Might Also Like