-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
07-Apr-2024
ବଲାଙ୍ଗୀର(ପ୍ରେରଣା ଖବର ): ଆଜି ସ୍ଥାନୀୟ ଆଇ ଟି ଆଇ ନିକଟ ଶୁଭରାଜ୍ ଭବନ୍ ରେ ଶ୍ରୀପତି ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ ଅବସରରେ କବି ନିରଞ୍ଜନ ପଣ୍ଡା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନୀତ ଅତିଥି ଭାବରେ ସତ୍ଯ ନାରାୟଣ କୁମୁରା , କବି ରାଜୀବ ପ୍ରସାଦ ଭୋଇ ଯୋଗ ଦେଇଥିଲେ । କୋଶଳୀ ଭାଷା ପାଇଁ ଅହରହ ସାହିତ୍ୟ କାର୍ଯ୍ୟ ତୁଳାଇ ଆସୁଥିବା ତହଁକ୍ ସାହିତ୍ୟ ଆର୍ କଳା କୁଟୁମ୍ ର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମାଆ ମାଟି ଭାଷା ସାହିତ୍ୟ ପାଇଁ ଏ ଅନୁଷ୍ଠାନ ଏମିତି ସବୁଦିନ ଲାଗିଥିଲେ ନିଶ୍ଚୟ କୋଶଳୀ ଭାଷା ସାହିତ୍ୟ ମାନ୍ୟତା ପାଇବ ବୋଲି ସାଂସଦ ବିଶି ନିଜ ବକ୍ତବ୍ଯରେ କହିଥିଲେ। ଅତିଥି ମାନଙ୍କ ହାତରେ କବି ରାଜୀବ ପ୍ରସାଦ ଭୋଇଙ୍କ କବିତା ସଂକଳନ "ପ୍ରେମ୍" ଲୋକାର୍ପିତ ହୋଇଥିଲା । ଶ୍ରୀପତି ସାହିତ୍ୟ ସଂସଦ ତରଫରୁ କୋଶଳୀ ସାହିତ୍ୟ ସେବା ସମ୍ମାନ ଭାବରେ ତହଁକ୍ ସାହିତ୍ୟ ଆର୍ କଳା କୁଟୁମ୍ କୁ ସମ୍ମାନିତ କରାଯାଇଥିବା ବେଳେ , ଅନନ୍ୟ ପ୍ରତିଭା ସମ୍ମାନ ପୁଷ୍ପାଞ୍ଜଳି ମେହେର ଏବଂ ଆଶୁକବି ସମ୍ମାନରେ
ଗରିବ ମଲ୍ଲିକଙ୍କୁ ସମ୍ମାନୀତ କରାଯାଇଥିଲା । ତହଁକ୍ ସମ୍ପାଦକ ରାଜେଶ୍ ଦଣ୍ଡସେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଦ୍ଵିତୀୟ ଅଧିବେଶନରେ ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ବରେ ଏକ କବିତା ଆସର ଚାଲିଥିଲା । ଏଥିରେ ସମାଜସେବୀ ଦିଗାମ୍ବର ନାଏକ ଓ କବି ଗୋପାଳ ମେହେର ଅତିଥି ଭାବରେ ଯୋଗ ଦେଇଥିଲେ । କବି ଦିଲ୍ଲୀପ ମିଶ୍ରଙ୍କ ସଂଯୋଜନାରେ ୫୦ ଜଣ କବି କବିତା ପାଠ କରିଥିଲେ। ଧନ୍ୟବାଦ ଦେଇଥିଲେ ଅର୍ଜୁନ କୁମାର ସାହୁ । ସହାଯୋଗ କରିଥିଲେ ମିଲନ ପଣ୍ଡା, ଗୀରିଶ ପାତ୍ର, ରୋଶନ ସାହୁ, ସୁଜାତା ନାଏକ ।