-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
06-Apr-2024
"ବୋଡ଼େନ (ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କରଙ୍ଗାମାଲ ଗ୍ରାମରେ ଥିବା ଏଟିଏମରୁ ବାହାରୁଛି ଫଟା ନୋଟରେ କାଗଜ ଲଗା ଯାଇଥିବା ଟଙ୍କା। ଏହି ଏଟିଏମରେ ଦୁଇ ଜଣ ଟଙ୍କା ଉଠାଇବା ସମୟରେ ବାହାରିଛି ଫାଟି ଯାଇଥିବା ୫୦୦ ଟଙ୍କିଆ ନୋଟମାନଙ୍କରେ କାଗଜ ଲଗା ଯାଇଥିବା ଟଙ୍କା। ଏହି ଘଟଣା ପରେ ଉପଭୋକ୍ତାମାନେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି।ଏମିତି ଟଙ୍କା ଆଗରୁ କେବେ ବାହାରୁ ନ ଥିଲା। ଯଦି ଚିରା ନୋଟ୍ ଏମିତି ନିୟମିତ ଏଇଠି ବାହାରିବ ତେବେ ଲୋକ ତା’ର ଜୀବନ ଜୀବିକାର ଅସୁବିଧା ଭୋଗ କରିବ। ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଲୋକଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ଏଟିଏମକୁ ଭରସା କରି ଚାଲିଛନ୍ତି। ଯଦି କାହାର ମେଡିକାଲ କାମ ପଡ଼ିବ ଏବଂ ଏମିତି ପ୍ରକାରର ଟଙ୍କା ତା ଭାଗ୍ୟରେ ଯୁଟିବ ତେବେ ଲୋକ କେଉଁ ପ୍ରକାରର ଅସୁବିଧାରେ ପଡ଼ିବ ତାହା ସମସ୍ତେ ଅନୁଭବ କରୁଥିବେ ନିଶ୍ଚିତ ଭାବରେ। ଯେଉଁ ମାନେ ଟଙ୍କା ଉଠାଇ ଏମିତି ନୋଟ୍ ପାଇଛନ୍ତି ତୁରନ୍ତ ତାଙ୍କୁ ବ୍ୟାଙ୍କ୍ ଭଲ ନୋଟ୍ ଦେବାର ବ୍ୟବସ୍ଥା କରନ୍ତୁ ଏବଂ ଯଥା ଶୀଘ୍ର ଏହାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।"