-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
04-Apr-2024
ଲୋଇସିଂହା(ପ୍ରେରଣା ଖବର ): ଲୋଇସିଂହା ବ୍ଲକର ବିଅଁରପାଳି ଗାଁରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ l ମନ୍ଦିର ପ୍ରତିଷ୍ଠା ଶୁଭ ଅବସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l ଗାଁ ର ଚତୁର୍ଦ୍ଦିଗରେ ଧାର୍ମିକ ନାମଯଜ୍ଞ,ପବିତ୍ର ହୋମଯଜ୍ଞ ଏବଂ ରାମ ଚରିତମାନସ ପରାୟଣ ଆଧ୍ୟାତ୍ମିକ
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗାଁ ରେ ସାଧୁ, ସନ୍ଥ, ଭକ୍ତ ଏବଂ ଦର୍ଶକ ମାନଙ୍କ ପ୍ରବଳ ସମାବେଶ ହୋଇଥିଲା l ଏହି ଉତ୍ସବ ଅବସରରେ ଅନ୍ନଯଜ୍ଞ ରେ ସମସ୍ତ ଦର୍ଶକ, ଧର୍ମପରାୟଣ ବ୍ୟକ୍ତି, ଭଗବତ ପିପାସୁ ସୁଧୀଜନ ମଣ୍ଡଳୀ ପାଇଁ ସ୍ବେଛାସେବୀ ଯୁବକ ମାନେ ସେବା ସହଯୋଗ କରିଥିଲେ l ସାଂସଦ ଶ୍ରୀ ବିଶି ଗାଁ ର ଏକତା ଭାଇଚାରା ଓ ବିକାଶ ପାଇଁ ପ୍ରାର୍ଥନା କରିଥିଲେ l