-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
04-Apr-2024
ବୌଦ୍ଧ (ଜୟାନନ୍ଦ ମିଶ୍ର ): ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ପିତା ଗୌରୀ ଶଙ୍କର ଅମାତଙ୍କ ବୁଧବାର ବିଳମ୍ବିତ ରାତି ପ୍ରାୟ ୨.୩୦ ମିନିଟ୍ ସମୟରେ ଭୁବନେଶ୍ୱର ଠାରେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଅମାତ୍ କିଛି ଦିନ ତଳେ ଅସୁସ୍ଥ ହୋଇ ଚିକିତ୍ସlଧୀନ ଥିଲେ | ଖବର ପାଇ ବୌଦ୍ଧରେ ପ୍ରଚାର କାମରେ ବ୍ୟସ୍ତ ଥିବା ତାଙ୍କର ପୁତ୍ର ଶ୍ରୀ ପ୍ରଦୀପ କୁମାର ଅମାତ୍ ଭୁବନେଶ୍ୱର ଯାଇଥିବା ସୂଚନା ମିଳିଛି | ସ୍ବର୍ଗତ ଅମାତଙ୍କ ମର ଶରୀରକୁ ବୌଦ୍ଧ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣା ପଡିଛି l ତାଙ୍କ ଶେଷ ଦର୍ଶନ ପାଇଁଁ ଭୁବନେଶ୍ୱରସ୍ଥିତ ବାସଭବନ ଠାରେ ଆତ୍ମୀୟ ସ୍ବଜନ, ବନ୍ଧୁ ବର୍ଗ ଓ ବହୁ ବିଶିଷ୍ଟ ବ୍ୟକ୍ତି ପହଂଚି ଥିବା ଦେଖିବାକୁ ମିଳିଛି |