-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ଜିଲ୍ଲା

ଇଂଜିନିୟର ଅକ୍ଷୟ ସାମଲ ମାହାଙ୍ଗାରୁ ପ୍ରାର୍ଥୀ ହୋଇ ପାରନ୍ତି

03-Apr-2024



ଭୁବନେଶ୍ୱର/ ନୂଆଦିଲ୍ଲୀ(ପ୍ରେରଣା ଖବର ): ବିଶିଷ୍ଟ ସମାଜସେବୀ ଇଂଜିନିୟର ଅକ୍ଷୟ ସାମଲ ଆସନ୍ତା ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଜଣାଯାଇଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମର ଗ୍ରାମପଞ୍ଚାୟତର ମୂଳବାସିନ୍ଦା ଶ୍ରୀ ସାମଲଙ୍କର ଏହି ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ରାଜନୀତିରେ ନୂତନ ଚେହେରା, ସତେଜ ବ୍ୟକ୍ତିତ୍ଵ, ସ୍ୱଚ୍ଛ ଭାବମୂର୍ତ୍ତି, ଯଶସ୍ୱୀ ପେଶାଦାରୀ ପୃଷ୍ଠଭୂମି, ପ୍ରଯୁକ୍ତି ବିଦ୍ୟା ଗତ ପାରଦର୍ଶିତା,  ଉତ୍ସର୍ଗୀକୃତ ସମାଜସେବାର ରେକର୍ଡ ଏବଂ ଲୋକାଭିମୁଖୀ ଦୃଷ୍ଟିଭଙ୍ଗୀ, ଶ୍ରୀ ସାମଲଙ୍କୁ ସର୍ବସାଧାରଣଙ୍କ ନିକଟରେ ଆଦୃତ କରାଇବାରେ ସହାୟକ ହେଉଥିବା ଦେଖାଯାଉଛି। 
ବିଶ୍ଵ ପ୍ରସିଦ୍ଧ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ଅକ୍ଷୟ ସାମଲ ତାଙ୍କର ଉତ୍କୃଷ୍ଟ ଜନକଲ୍ୟାଣ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ

କରିଛନ୍ତି। ଶ୍ରୀ ସାମଲଙ୍କର ତତ୍ତ୍ଵାବଧାନରେ କଳିଙ୍ଗ ଭାରତୀ ସଙ୍ଗଠନ ଜାତୀୟ ରାଜଧାନୀ କ୍ଷେତ୍ରରେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଭାଷା, ସ୍ଥାପତ୍ୟ,  ଭାସ୍କର୍ଯ୍ୟ, ହସ୍ତକାମ, ଖାଦ୍ୟ ସାମଗ୍ରୀ ଏବଂ ପରିପାଟ୍ଟୀକୁ  ଦୀର୍ଘ ତିନି ଦଶନ୍ଧି ଧରି ପ୍ରଚାର, ପ୍ରସାର ଓ  ଲୋକପ୍ରିୟ କରିବାରେ ମହତ୍ତ୍ଵ ପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଥିବା ଲକ୍ଷ୍ୟ କରାଯାଉଛି। କଳିଙ୍ଗ ମ୍ୟାନେଜମେଣ୍ଟ କନସଲଟାନ୍ସୀର ସଂସ୍ଥାପକ, ଶ୍ରୀ ସାମଲ ଏହି ସଂସ୍ଥା ଜରିଆରେ ମୁଖ୍ୟତଃ ମାହାଙ୍ଗା ଅଞ୍ଚଳର ୩୦୦ ରୁ ଉର୍ଦ୍ଧ୍ବ ଯୁବକ, ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିବା ଜଣାଯାଇଛି। ଓଡ଼ିଶା ମୋ ପରିବାରର ଜାତୀୟ ରାଜଧାନୀ କ୍ଷେତ୍ରରେ ନୋଡାଲ ଅଫିସର ଭାବରେ ଅବସ୍ଥାପିତ ଶ୍ରୀ ସାମଲ, କୋଭିଡ ମହାମାରୀ କାଳରେ ସମୟକ୍ରମେ ଚିକିତ୍ସା ଯୋଗାଇ ଦେଇ ଶତାଧିକ ଦୁର୍ଲଭ ଜୀବନକୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିବାରେ ସକ୍ଷମ ହୋଇଥିବା ଜଣାଯାଇଥିଲା। ଏହି ସାଧୁ ଉଦ୍ୟମ ପାଇଁ ସେ ଉଭୟ ରାଜ୍ୟ ସରକାର ଓ ସର୍ବସାଧାରଣ ଙ୍କ ଦ୍ଵାରା ବେଶ୍ ପ୍ରଶଂସିତ ହୋଇଥିଲେ। 

ଜଣେ ମେଧାବୀ ଛାତ୍ର ରହି ଆସିଥିବା ଶ୍ରୀ ସାମଲ ଝାଡେଶ୍ୱର ହାଇସ୍କୁଲ୍, ସାଲେପୁର କଲେଜ ଓ ସୋନେପଥ ସ୍ଥିତ ସରକାରୀ ଇଂଜିନିୟରିଙ୍ଗ କଲେଜରେ ଶିକ୍ଷା ଲାଭ କରିଛନ୍ତି।ସେ ପ୍ରଡକ୍ସନ ଇଞ୍ଜିନିୟରିଂ ଓ ଇଣ୍ଡଷ୍ଟ୍ରିଆଲ ମ୍ୟାନେଜମେଣ୍ଟରେ ଆଡଭାନ୍ସ ଡିପ୍ଲୋମା ଏବଂ ମାର୍କେଟିଂ ରେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ଦୀର୍ଘ ୨୩ ବର୍ଷ କାଳ ନାମୀଦାମୀ କମ୍ପାନୀରେ ଉଚ୍ଚ ପଦପଦବୀରେ ରହି ସଫଳତାର ସହିତ କାର୍ଯ୍ୟ କରିବା ପରେ ନିଜ ଜନ୍ମ ମାଟିର ସେବା କରିବା ଉଦ୍ଦେଶ୍ୟରେ ଅକ୍ଷୟ ଚାକିରିରୁ ଅବ୍ୟାହାତି ନେଇଛନ୍ତି। ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ପ୍ରତିଷ୍ଠାତା ସଭାପତି, ଉତ୍କଳ ଜ୍ୟୋତି ଦାତବ୍ୟ ସଂଗଠନର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଏବଂ ସାରା ଦେଶର ୨୧ଟି ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ସହିତ ସଂଯୁକ୍ତ ରହି ଆସିଥିବା ଶ୍ରୀ ସାମଲ ଙ୍କର ପ୍ରବାସୀ ଓଡ଼ିଆମାନଙ୍କର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବ୍ୟାପକ ଅବଦାନ ରହିଛି। 

ଅକ୍ଷୟ ସାମଲ ଏକାଧାରରେ ଜଣେ ସକ୍ରୀୟ ସାମାଜିକ କର୍ମୀ , ସଚ୍ଚୋଟ ବ୍ୟକ୍ତି,  ଦରଦୀ ମାନବ, ପରୋପକାରୀ ମଣିଷ, ଶୃଙ୍ଖଳିତ ନାଗରିକ, ଭଦ୍ର ରାଜନୀତିଜ୍ଞ, ସୁଦକ୍ଷ ସଂଗଠକ ଏବଂ ସର୍ବୋପରି ଜଣେ ସର୍ବଜନବନ୍ଦିତ ନେତା ଭାବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଏକଦା ୮ ନଂ ଜାତୀୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁ ବରଣ କରିଥିବା ଜନୈକ ବ୍ୟକ୍ତିଙ୍କର ଗରୀବ ଓ ଅସହାୟ ବିଧବା ପତ୍ନୀଙ୍କୁ ଘଟଣାର ପ୍ରମୁଖ ସାକ୍ଷୀ ହିସାବରେ ଶ୍ରୀ ସାମଲ କ୍ଷତିପୂରଣ ପ୍ରଦାନ କରାଇ ଖୁବ ସୁନାମ ଅର୍ଜନ କରିଛନ୍ତି। ନିଜର କାର୍ଯ୍ୟକାଳରେ ଆକାଶ ଚୁମ୍ବୀ ପ୍ରସିଦ୍ଧି ହାସଲ କରିଥିବା ଶ୍ରୀ ସାମଲ ଭୂମି ପୁତ୍ର ହୋଇଥିବାରୁ ମାହାଙ୍ଗାର ତୃଣମୂଳ ସ୍ତରର ସମସ୍ୟାବଳୀ ଓ ଏହିଗୁଡିକର ସମାଧାନ ସୂତ୍ର ସମ୍ପର୍କରେ ଅଙ୍ଗାଙ୍ଗୀ ଭାବେ ପରିଚିତ ଅଛନ୍ତି। ନିର୍ବାଚନ ସମୀକ୍ଷକ ମାନଙ୍କର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଅକ୍ଷୟ ସାମଲ ଯଦି ଯୁବ, ଶିକ୍ଷିତ, ମହିଳା, ଚାଷୀ ଓ ଗରୀବ ଗୁରବା ଭୋଟଦାତା ମାନଙ୍କର ସମର୍ଥନ ଓ ସମବେଦନା ଆଧାରରେ ତାଙ୍କର ପ୍ରଥମ ପ୍ରୟାସରେ ହିଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଜିତାପଟ ହାସଲ କରିବାକୁ ସଫଳ ହୁଅନ୍ତି, ତେବେ ଏହା କିଛି ଆଶ୍ଚର୍ଯ୍ୟର କଥା ହେବା ନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like