-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
01-Apr-2024
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତ ବାଲିଖମାର ଗ୍ରାମ ର ଏବଂ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବେହେରାଭଟା ଗ୍ରାମ ର ଆନ୍ଦ୍ରାକୁ ଦାଦନ ଖଟିବାକୁ ଯାଇ ଦାଦନ ନିର୍ଯାତନା ର ଶିକାର ହେଉଛନ୍ତି ! ତାଙ୍କ କହିବାଅନୁଶାରେ ଇଟା ଭାଟି ରେ କିଛି ରୋଗ ବ୍ୟାପିବାକୁ ଲାଗୁଛି ଏବଂ ଦେହ ଫୁଲିବାରେ ଲାଗୁଛି ମାଲିକ ଙ୍କୁ କହିବାରୁ ମେଡିକାଲ ନେଇ ମେଡ଼ିସିନ ଦେଇଥିବାରୁ ଆଉ ଫୁଲିବାରେ ଲାଗୁଛି ଦେହ ! ଆପଣଙ୍କ ଭିଡିଓ ରେ ଦେଖିପାରୁଥିବେ! ମାଲିକ କାମ କରିବାକୁ ବାଧ୍ୟ କରୁଥିବା ରୁ ଭିଡିଓ ମାଧ୍ୟମ୍ ରେ ଏହି କିଛି ପରିବାର ଗୁହାରି କରୁଛନ୍ତି ! ସେଠି ଥିବା ଦାଦନ ଶ୍ରମିକ କହୁଛନ୍ତି ଗୋଟିଏ ମାସ ହେବ ଜାମୁଟଜୁଲା ଗ୍ରାମ ର ଯୋଗେଶ୍ୱର ରଣା ଙ୍କ ଇଟା ଭାଟି ରେ ହିଁ ମାରିଦେଇଥିବା ଏବଂ ସେଇଠି ହିଁ ସବ ଦାହ କରିଛନ୍ତି ବୋଲି ଡରି କି କାଳେ ଆମକୁ ବି ସେମିତି କରି ପାରନ୍ତି ବୋଲି ସେଠୁ ଘରକୁ ସହଯୋଗ ପାଇଁ ବାରମ୍ବାର ଫୋନ କରୁଛନ୍ତି ! ଦାଦନ ଯାଇଥିବା ଶ୍ରମିକ ର ମା ଏବଂ ବାପା କାନ୍ଦି କାନ୍ଦି ଗୁହାରି କରୁଛନ୍ତି ନିଜ ପୁଅ ଆଉ ବହୁ କୁ ଯେମିତି ହେଲେ ଉଦ୍ଧାର କରି ବା ପାଇଁ ସରକାର ଙ୍କୁ ଗୁହାରି କରୁଛନ୍ତି !