-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
01-Apr-2024
ଡେଲାଙ୍ଗ(ଦିଲୀପ କୁମାର ଧାଉଡିଆ ): ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳନ ପଡିଆ, ସୂଚନା କେନ୍ଦ୍ର ମଞ୍ଚରେ ରବିବାର ଅପରାହ୍ନରେ ନିମାଇଁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ଆଧ୍ୟାତ୍ମିକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ନିମାଇଁ ସାହିତ୍ୟ ସଂସଦର ମୁଖ୍ୟ କର୍ମକର୍ତ୍ତା ମାନସ ରଞ୍ଜନ ପଟ୍ଟନାୟକ,ବିଶ୍ବ ରଂଜନ ମହାନ୍ତି ଓ ଦାଶରଥି ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଆଧ୍ୟାତ୍ମିକ କବିତା ପାଠୋଉତ୍ସବରେ ପଚାଶରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ଯୋଗ ଦେଇ ସ୍ୱରଚିତ ଆଧ୍ୟତ୍ମିକ କବିତା ଆବୃତି କରିଥିଲେ । ପୁରୀ, ପିପିଲି, ଜଟଣୀ,ଡେଲାଙ୍ଗ, ସାକ୍ଷୀଗୋପାଳ, ଖୋର୍ଦ୍ଧା,ଭୁବନେଶ୍ୱରରୁ କବୟିତ୍ରୀ ସରୋଜିନୀ ଜେନା,ଝୁମୁରୀ ସାହୁ,ପ୍ରମିଳା ପଟ୍ଟନାୟକ,ନଳିନୀ ପ୍ରଭା ପଟ୍ଟନାୟକ, ଇତିଶ୍ରୀ ପତ୍ନୀ, ନମିତା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ଦାଶ,କବି ରମେଶ ଚନ୍ଦ୍ର ସ୍ୱାଇଁ, ସମ୍ପଦ ବେହେରା,ସତ୍ୟବାଦୀ ସାହୁ, ଦ୍ବିତ୍ତିକୃଷ୍ଣ ମହାନ୍ତି,ରୋହିତ ଚମ୍ପତ୍ତି,ଶ୍ରୀମାନ ଗବା,ପ୍ରଭାସ ପ୍ରଧାନ, ନୀଳାମ୍ବର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ! ଏଥିରେ ଶ୍ରୀ ଶ୍ରୀ ପଶ୍ଚିମଶମ୍ଭୁ ସୋମନାଥ ଯୁବ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ଦେଖିବାକୁ ମିଳିଥିଲା।ସମସ୍ତ କବି କବୟିତ୍ରୀ ଙ୍କୁ ଉପସ୍ଥିତ ଅତିଥି ପ୍ରେମାନନ୍ଦ ମଲ୍ଲିକ,ପ୍ରସନ୍ନ ଚମ୍ପତି, ଓ ସୋମନାଥଙ୍କ ପୁଜକ ଦିଲ୍ଲିପ ମହାପାତ୍ର ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କବିତା ପାଠୋଉତ୍ସବକୁ ଦିଲ୍ଲୀପ କୁମାର ଧାଉଡିଆ ଅଧ୍ୟକ୍ଷତା କରିଥବା ବେଳେ ପାଲା ଗାୟକ ବିଜୟ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ ! ଶେଷରେ ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ !