-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
30-Mar-2024
ସିନ୍ଧେକେଲା(ଦୀନେଶ ଜୈନ ): ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଠାରେ ଚତୁର୍ଥତମ ଶ୍ରୀ ଶ୍ୟାମ ମହୋତ୍ସବ ବିରାଟ ନିଶାନ ଯାତ୍ରା ସହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଶିବ ମନ୍ଦିର ସମ୍ମୁଖରୁ ସନ୍ଧ୍ୟା ୬ଟା ସମୟରେ ଏକ ବିରାଟ ନିଶାନ ଯାତ୍ରା ବାହାର କରାଯାଇ
ମୁଖ୍ୟ ସଡକ ଅତିକ୍ରମ କରି ଶହଶହ ଶ୍ୟାମ ଭକ୍ତ ଝୁମି ଝୁମି ନାଚି ନାଚି ଭଜନ ସ୍ଥଳ ଅଗ୍ରୱାଲ ଜୈନ ତେରାପଂଥ ଭବନ ପହଞ୍ଚିଥିଲେ । ରାସ୍ତାରେ ଜୈନ ମେଡ଼ିକାଲ ଷ୍ଟୋର ସମ୍ମୁଖରେ ସମସ୍ତ ଭକ୍ତ ମାନଙ୍କୁ ଥଣ୍ଡା ବିତରଣ କରାଯାଇଥିଲା । ଉକ୍ତ ନିଶାନ ଯାତ୍ରା ଭବନ ପହଂଚିଲା ପରେ ସେଠାରେ ଭବ୍ୟ ଆକାରରେ ସାଜସଜ୍ଜା ହୋଇଥିବା ବାବା ଶ୍ରୀ ଶ୍ୟାମ ଙ୍କ ଦରବାର ରେ ଅଲୌକିକ ଶୃଙ୍ଗାର , ଛପ୍ପନଭୋଗ ସହିତ ଅଖଣ୍ଡ ଜ୍ୟୋତ୍ ଲଗାଯାଇଥିଲା । ସ୍ଥାନୀୟ ତଥା ବାହାର ଅଞ୍ଚଳରୁ ଆସିଥିବା ସମସ୍ତ ଶ୍ୟାମ ଭକ୍ତ ବାବାଙ୍କ ଦର୍ଶନ କରିବା ସହ ଉକ୍ତ ଜ୍ୟୋତ୍ ରେ ଆହୁତି ଦେଇଥିଲେ । ବାହାର ରାଜ୍ୟରୁ ଆସିଥିବା ଶ୍ୟାମ ଭଜନ ଗାୟକ ପଞ୍ଜାବ ର ଅମୃତସର ରୁ ତେଜି ବ୍ରଦର୍ସ , ଛତିଶଗଡ଼ କୋରବା ରୁ ଆସି ଆମିସି ଓ ରାୟପୁର ରୁ ପ୍ରିୟାନସୁ ମିତ୍ତଳ ଙ୍କ ଭଜନ ଗୋଟିଏ ପରେ ଗୋଟିଏ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଉକ୍ତ ଭଜନରେ ସମସ୍ତ ଭକ୍ତ ଭାବ ବିଭୋର ହୋଇଯାଇଥିଲେ । କାର୍ଯ୍ୟକ୍ରମରେ ସିନ୍ଧେକେଲା ସମେତ ଆଖପାଖ ଅଞ୍ଚଳ ବଙ୍ଗୋମୁଣ୍ଡା , କଣ୍ଟାବାଞ୍ଜି , କୋତମରା , କୁଡ଼ସୁଡ଼ , ବୋରଡା ,
କେଗାଁ , ମହାଳିଙ୍ଗ ଆଦିରୁ ଶହଶହ ଶ୍ୟାମ ଭକ୍ତମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ୟାମ ମିତ୍ର ମଣ୍ଡଳର ରୋହନ ଜୈନ , କୁଶଳ ଜୈନ , ରୀଙ୍କୁ ଜୈନ , ମନୀଷ ଜୈନ , ରୋଶନ ଜୈନ , ସୁଧୀର ଜୈନ , ରାଜେଶ ଜୈନ , ବୁଲୁ ଜୈନ , ଶିତେଶ ଜୈନ , ଆକାଶ ଜୈନ , ଡାଳଚନ୍ଦ ଜୈନ , ମୁକେଶ ଜୈନ , ଆଶିଷ ଜୈନ , ଅଜୟ ଜୈନ , ସୁଭମ ଜୈନ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।