-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
29-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ନାରାୟଣପ୍ରସାଦ ପଞ୍ଚାୟତର ରିଙ୍ଗାପଡ଼ାସ୍ଥିତ
ଗାୟତ୍ରୀ ପରିବାର ପ୍ରଜ୍ଞାପୀଠ ଶାଖାର ବାର୍ଷିକ ଉତ୍ସବ ଉପଲକ୍ଷେ ୨ଦିନିଆ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଇତିମଧ୍ୟରେ ଶୁକ୍ରବାର ଦିନ ପୁନଃଶ୍ଚରଣ ହୋଇଯାଇଛି। ଉକ୍ତ ମହାଯଜ୍ଞରେ ଯଜ୍ଞ ସଂଚାଳକ ଭାବେ ପରିବ୍ରାଜକ ମିନିକେତନ ପାତ୍ର, ପ୍ରମୋଦ କୁମାର ଚାନ୍ଦ ଓ ବିଜୟ ପ୍ରଧାନ ଯଜ୍ଞକାର୍ଯ୍ୟ ସମାପନ କରିଥିଲେ।ବିଶ୍ୱ କଲ୍ୟାଣ ତଥା ମାନବ ମଧ୍ୟରେ ଦେବତ୍ଵର ଅବତରଣ ଓ ପରମ ପୂଜ୍ୟା ମା'ଭଗବତୀ ଦେବୀଙ୍କ ସଂକଳ୍ପ ଧାରାରେ ସ୍ଵର୍ଗର ଅବତାରଣା କରିବା ନିମନ୍ତେ ଉଦ୍ଧିଷ୍ଟ ପଞ୍ଚକୁଣ୍ଡୀୟ ମହାଯଜ୍ଞରେ ରିଙ୍ଗାପଡ଼ା ସହ ଆଖପାଖ ସମାକୁପା,ସିଲେଟପଡା ,, ଉଡ଼େନ ,ଭାଞ୍ଜିବେଡା,ରେଘମୁଣ୍ଡା , ନାରାୟଣପ୍ରସାଦ, ଲୁଣ୍ଡ୍ରୁବହାଲ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇଥିଲେ ।ଏଥିରେ ତୀର୍ଥବାସୀ ରଣା, ଧୋବା ପଧାନ, ଗୌତମ ରଣା , ରାମେଶ୍ଵର ରଣା,ପର୍ଶୁରାମ ରଣା, ଦେବେନ୍ଦ୍ର ରଣା, ଦିଲ୍ଲୀପ ସାହୁ, ଆଶୁତୋଷ ବଗର୍ତ୍ତି , ଗୁରୁଚରଣ ରଣା, ବିବେକା ପାତ୍ର ପ୍ରମୁଖ ଉଦଯୋଗୀ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ ଓ ଗ୍ରାମବାସୀ ସହଯୋଗ କରିଥିଲେ।