-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
29-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତର ବନ୍ଧଗୋରା ଶିବ ମନ୍ଦିର ପ୍ରାଙ୍ଗଣରେ ଲୋଇସିଂହା ଏଚକେଏମ୍ ହାଇ ସ୍କୁଲର ୧୯୭୦ ମାଟ୍ରିକ ବ୍ୟାଚର ଛାତ୍ର କାର୍ତ୍ତିକେଶ୍ଵର ବେହେରାଙ୍କ ଆବାହକତ୍ଵରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସହପାଠୀ ନଥୁଲାଲ ପ୍ରଧାନଙ୍କ ପରିଚାଳନାରେ ପ୍ରଥମେ ଦିବଂଗତ ସହପାଠୀଙ୍କ ସ୍ମୃତିରେ ୧ ମିନିଟ ନିରବ ପ୍ରାର୍ଥନା କରି ସଭାକାର୍ଯ୍ୟ ଆରମ୍ଭ
ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ହାଇସ୍କୁଲ ଜୀବନର ସ୍ମୃତିଚାରଣ ସହିତ ଦୀର୍ଘ ୫୦ ବର୍ଷର ଅତିବାହିତ ଜୀବନର ଦୁଃଖ ସୁଖର କଥୋପକଥନ ପରେ ପ୍ରତିବର୍ଷ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ ସପରିବାର ସହ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଗାମୀ ଦିନରେ ନିଜ ଶିକ୍ଷା ଗୁରୁଙ୍କୁ (ଜୀବିତ ଓ ସ୍ଵର୍ଗତ ଗୁରୁଙ୍କ ପରିବାରଙ୍କୁ ) ଗୁରୁ ଦକ୍ଷିଣା ସ୍ୱରୂପ ସମ୍ବର୍ଦ୍ଧିତ କରାଯିବ । ତାପରେ ସ୍ପର୍ଗତ ସହପାଠୀଙ୍କ ପରିବାରଙ୍କୁ ମଧ୍ୟ ସମବେଦନା ଜଣାଇ ସମ୍ବର୍ଦ୍ଧନା କରାଯିବା ଏବଂ ସହପାଠୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସମସ୍ତେ ଉପସ୍ଥିତ ରହି ସହଯୋଗ କରାଯିବା ଉପରେ ନିଷ୍ପତ୍ତି ଗ୍ରହଣ
କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସହପାଠୀ ବତ୍ରିନାଥ ଅଗ୍ରୱାଲ, ରାମଜୀ ବିଶ୍ଵାଳ, ଚୂଡ଼ାମଣୀ ସାହୁ, ଶିବ ପ୍ରସାଦ ବେହେରା , ରତ୍ନମଣୀ ବହିଦାର, ଜୟନ୍ତୀ ସାହୁ, ପ୍ରିତୀ ଚନ୍ଦ୍ର ରାଏ ପ୍ରମୁଖ ଅନେକ ସହପାଠୀ ଓ ପରିବାର ଉପସ୍ଥିତ ରହିଥିଲେ। ସହପାଠୀ କାର୍ତ୍ତିକେଶ୍ଵର ବେହେରା ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟ ମନ୍ଦର ଧର ବେହେରା , ଦେବାନନ୍ଦ ବେହେରା , ସଂଜୀବ ବେହେରା ,ଲମ୍ବୁ,ଟିଙ୍କୁଙ୍କ ସହ ସପରିବାର ସହଯୋଗ କରିଥିଲେ।