-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
24-Mar-2024
ବଲାଙ୍ଗୀର, - ତହଁକ କୁଟୁମ, ବଲାଙ୍ଗିର ତରଫରୁ ପିରତି ଫଗୁନ କବିତା ଉଚ୍ଛବ ମହାସମାରୋହରେ ପାଳିତ ହୋଇଯାଇଛି । ଫଗୁଣ ଆସିଲେ ରଙ୍ଗାୟିତ ହୁଏ ଏ ଧରା । ଆମ୍ବ ବଉଳ ମହ ମହ ବାସେ, କୋଇଲି ଗାଏ କୁହୁକୁହୁ ଗୀତ । ଫଲସା ଫୁଲର ସୁନ୍ଦରତା ଆକୃଷ୍ଟ କରେ କବିଙ୍କୁ । ଆର କବି ହୋଇଯାଏ ଭାବୁକ । ତାର କଲମ ମୂନରେ ସୃଷ୍ଟି କରେ ଫଗୁଣ କବିତା । ଏଇ ଅବସରରେ ପ୍ରଥମ ଅଧିବେଶନ ରେ ଶିଶୁ ସାହିତ୍ୟିକ ତଥା ସଭାପତି ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପଶ୍ଚିମ ଓଡିଶା ବ୍ୟୁରୋ ହେଡ୍ ଓ ଟିଭିର ମନୋରଞ୍ଜନ ଯୋଷୀ ମୁଖ୍ୟ ବକ୍ତା ଭାବେ, କବି ରଞ୍ଜିତ ପଧାନ, ସମ୍ମାନିତ ଅତିଥି ସୁଶାନ୍ତ ବାଗ,
ସମାଜସେବୀ ସୋମନାଥ ମିଶ୍ର, କଣ୍ଠ ଶିଳ୍ପୀ ନବୀନ କୁଅଁର ଯୋଗ ଦେଇଥିଲେ । ଏଇ ଅବସରରେ ରାଜୀବ ପ୍ରସାଦ ଭୋଇ ଙ୍କ କବିତା ସଙ୍କଳନ ପ୍ରେମ ଓ ଧର୍ମେନ୍ଦ୍ର ପଧାନଙ୍କ ଗଳ୍ପ ସଙ୍କଳନ ସବୁ ବରତ ତୁମର ଲାଗି ଓ ତହଁକ କୁଟୁମ ଖାନେଲ, ତହଁକ ପାଠାଗାର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । କୋଶଳୀ ସର୍ଟ ଫିଲ୍ମ ବଏନା ର ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା ଏବଂ ବରିଷ୍ଠ ସାମ୍ବାଦିକ ପାର୍ଥ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଦ୍ୱିତୀୟ ଅଧିବେଶନରେ କବିତା ପାଠ ଆରମ୍ଭ ହୋଇଥିଲା । ଏଥିରେ କବି ନିରଞ୍ଜନ ପଣ୍ଡା, ଦିଗାମ୍ବର ନାଏକ, ବୈରାଗୀ ସାହୁ, ଜଗବନ୍ଧୁ ପଟେଲ, ଗୀତାଞ୍ଜଳି ମିଶ୍ର, ବ୍ୟାସଦେବ ପୁରୋହିତ ଯୋଗ ଦେଇଥିଲେ ଶତାଧିକ କବିତା ପାଠ କରାଯାଇଥିଲା । ମାନସୀ ସାହୁ ଓ ଟିମ୍ ମାନଭଞ୍ଜନ ଗୀତ ପରିବେଷଣ ରିଥିଲେ । ଏଇ କାର୍ଯ୍ୟକ୍ରମକୁ ଦିଲିପ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅର୍ଜୁନ ସାହୁ ସଂଯୋଜନା କରିଥିଲେ । ରାଜେଶ ଦଣ୍ଡସେନା ସଂପାଦକୀୟ ବିବରଣୀ ପଠନ କରିଥିଲେ । ମିଳନ ପଣ୍ଡା, ପ୍ରଭାସିନୀ ଭୋଇ, ସୁଦେସ୍ନା ମିଶ୍ର, ସା ଲିନୀ ସାହୁ, କବିତା ମିଶ୍ର, କୁମର ମଣି ସାହୁ, ଗିରିଶ ପାତ୍ର, ପୁଷ୍ପାଞ୍ଜଳୀ ମେହେର ସହଯୋଗ କରିଥିଲେ ।