-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
24-Mar-2024
ଡେଲାଙ୍ଗ(ଦିଲୀପ କୁମାର ଧାଉଡିଆ ): ଭଗବାନ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ-୨୦୨୪ ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଶନିବାର ସୋମନାଥ ଦେବଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରସନ୍ନ ମହାରଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଡେଲାଙ୍ଗ ବ୍ଲକ ଅଧକ୍ଷା ବାସନ୍ତୀ ସାହୂ, ଅଶୋକ ସାମନ୍ତରାୟ, ବନ୍ଧୁ ଚମ୍ପତି, ସଂଗ୍ରାମ କେଶରୀ ପ୍ରଧାନଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଠାକୁରଙ୍କ ଜମାଣ ରାତ୍ର ଉତ୍ସବ ତା -୩୦/୦୩/୨୪ ଶନିବାର ଅନୁଷ୍ଠିତ ହୋଇ ତା -୦୩/୦୪/୨୪ ଠାକୁର ମେଳଣ ଉତ୍ସବ ତଥା ହରିହର ଭେଟ,ବୁଧବାର ସମ୍ପନ୍ନ ହେବ ! ଚଳିତ ବର୍ଷ ଠାକୁରଙ୍କ ଜମାଣ ଉତ୍ସବକୁ ଅଧିକ ଆକର୍ଷସଣୀୟ, ସରସ ସୁନ୍ଦର ଓ ଚିତ୍ତାକର୍ଷକ ହେବା ନେଇ ନଦିଆ ସଂକୀର୍ତନ, ପାଇକ ଆଖଡ଼ା,ଘଣ୍ଟ ବାଦ୍ୟ, ବାଦ୍ୟ ବିଚିତ୍ରା ଦଳ,ଭେରୀ ତୁରୀ ଧ୍ୱନି ଦଳ, ଅଗ୍ନି ପିଣ୍ଡୁଳା ପ୍ରଦର୍ଶନ କରାଯିବ !,୪ଟି ଥାନାଧିକାରୀ ଜଟଣୀ, ପିପିଲି, ଡେଲାଙ୍ଗ, ଏଇୟାର ଫିଲଡ ଟ୍ରାଫିକ ସମସ୍ୟା ଉପରେ ଧ୍ୟାନ ଦେବେ, ଜଳ ପରିମଳ,ଅଗ୍ନିଶମ, ଷ୍ଟଲ, ସାଇକେଲ ଷ୍ଟାଣ୍ଡ ବିବ୍ୟସ୍ଥା ବାଣ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମାଗଣା ସ୍ୱାସ୍ଥ୍ୟ ଶିବିର ବ୍ୟବସ୍ଥା,ହାଇଟେକ ମେଡିକାଲ ଭୁବନେଶ୍ୱର , ଭକ୍ତ ଶ୍ରଦ୍ଧାଳୁ ଓ ଜନସାଧାରଣ ଯେପରି ସୁବିଧାରେ ମେଳଣ ଉତ୍ସବକୁ ଉପଭୋଗ କରିପାରିବେ ! ସ୍ଥାନୀୟ ପ୍ରଶାସନ,ମନ୍ଦିର ପରିଚାଳନା କମିଟି ସହିତ ୩୪ଟି ବିଭିନ୍ନ ସାମାଜିକ ଯୁବ ସଂଗଠନ ଏଥିରେ ସହଯୋଗ କରିବେ ବୋଲି ପରିଚାଳନା କମିଟି ର ସଭାପତି ଶ୍ରୀ ମହାରଥୀ ସୂଚନା ଦେଇଥିଲେ । ଡେଲାଙ୍ଗ, ପିପିଲି,ଜଟଣୀ ବ୍ଲକର ୩୦ରୁ ଉର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ !