-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
22-Mar-2024
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ବ୍ଲକ ବଡଟିକା ପଞ୍ଚାୟତ ରେ ହରିଶ୍ଚନ୍ଦ୍ର ଯୋଜନା ରେ ଟଙ୍କା ଉଠାଣ କରାଯାଇ ହଡ଼ପ କରା ଯାଇଥିବା ଅଭିଯୋଗ ହୋଇଛି l ଲୋକେ ହରିଶ୍ଚନ୍ଦ୍ର ଯୋଜନା ରେ ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ଆର୍ଥିକ ସହାୟତା ପାଇଁ ବର୍ଷେ ରୁ ଅଧିକ ହେଲାଣି ଅନଲାଇନ୍ ପଞ୍ଜୀକରଣ କରିଥିଲେ l ହେଲେ ଆଜତକ ଲୋକେ ହରିଶ୍ଚନ୍ଦ୍ର ଯୋଜନା ରେ କୌଣସି ସହାୟତା ପାଇ ନାହାଁନ୍ତି l ଓଲଟା ବହୁ ଲୋକ ଙ୍କ ନାମରେ ଟଙ୍କା ଉଠାଣ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି l ଆମେ ଜାଣିବାକୁ ପାଇଲୁ ଯେ ମୋଟ 42 ଜଣଙ୍କ ର ଟଙ୍କା ଉଠାଣ ହୋଇଥିବା ଏକ ଲିଷ୍ଟ୍ ହସ୍ତଗତ ହୋଇଛି l ଏହି ଲିଷ୍ଟ କୁ ନେଇ ଆମ ଟିମ୍ ଆବେଦନ କାରୀଙ୍କ ପାଖକୁ ଯାଇଥିଲେ ଓ ତାଙ୍କର ପ୍ରତିକ୍ରିୟା ନେଇଥିଲେ l ତା ସଙ୍ଗେ ସଙ୍ଗେ ୱାର୍ଡ଼ସଭ୍ୟଙ୍କ ମଧ୍ୟ ପ୍ରତିକ୍ରିୟା ନେବାରୁ ଏ କଥାକୁ ସତ ବୋଲି ସ୍ବୀକାର କରିଛନ୍ତି l ଏହାସହ ସେମାନେ ଦୁଃଖ ର ସହିତ କହିଛନ୍ତି ଯେ ପ୍ରକୃତ ରେ ଲୋକେ ଏହି ଯୋଜନା ରେ ଟଙ୍କା ପାଇ ନାହାଁନ୍ତି।କିଛି ଲୋକ କହିଛନ୍ତି ଯେ ସରପଞ୍ଚ ଆମକୁ ଦୁଇ ହଜାର ଟଙ୍କା ଲେଖାଏଁ ଦେଇ ଆଉ ହଜାରେ ପରେ ଦିଆହେବ ବୋଲି ପ୍ରକାଶ କରିଛନ୍ତି l ପ୍ରକୃତ ରେ ତିନି ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନିୟମ ଥିବାବେଳେ ବଡ଼ଟିକା ସରପଞ୍ଚ କେମିତି ଦୁଇ ହଜାର ଲେଖାଏଁ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ବହୁ ହିତାଧିକାରୀ ଟଙ୍କା ପାଇନଥିବା ବେଳେ ତାଙ୍କ ନାମରେ କେମିତି ଟଙ୍କା ଉଠାଣ ହୋଇଛି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ଏ ବିଷୟରେ ପଞ୍ଚାୟତ ଅଧିକାରୀ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଗଲା ସେ ମଧ୍ୟ ଏ କଥାକୁ ସ୍ବୀକାର କରି ସରପଞ୍ଚ କୁ ଦାୟୀ କରିଛନ୍ତି। ସରପଞ୍ଚ କୁ ଏ ବିଷୟରେ ପଚାରିବାରୁ ସମସ୍ତଙ୍କୁ ଟଙ୍କା ଦିଆ ଯାଇଛି କହି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ l ଏ ବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟାକଲୁ କିନ୍ତୁ ପ୍ରତିକ୍ରିୟା ଦେବାକୁ ମନା କରିବା ସହିତ ଏ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଏ ଉପରେ ତଦନ୍ତ ହେବାସହ ପ୍ରକୃତ ଦୋଷୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି l