-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
22-Mar-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର,) କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଛାତ୍ର ଜଣକ ହେଲେ କାନାଡ଼ିହି ଗ୍ରାମର ଲଗନୁ ସତନାମୀଙ୍କ ପୁଅ ଧନରାଜ (୫)।ସେ ହାଟଭରଣ୍ଡିସ୍ଥିତ ଶହୀଦ ବିର୍ସା ମୁଣ୍ଡା ଘରୋଇ ସ୍କୁଲରେ ନର୍ସରି ଛାତ୍ର।ସୂଚନାନୁଯାୟୀ, ସବୁଦିନ ଭଳି ଧନରାଜ ଗୁରୁବାର ସକାଳ ୮ଟାରେ ସ୍କୁଲ ଅଟୋରେ ବିଦ୍ୟାଳୟ ଯାଇଥିଲେ। ମଧ୍ୟାହ୍ନ ୧ଟାରେ ଧନରାଜଙ୍କୁ ଘରେ ଛାଡ଼ିବାବେଳକୁ ସ୍କୁଲରେ ସେ ମାଡ଼ ଖାଇଥିବା ଅଟୋ ଡ୍ରାଇଭର କହିଥିଲେ। ପରିବାର ଲୋକେ ପିଲାଟିର ଶାର୍ଟ ଖୋଲି ଦେଖିଥିଲେ। ଧନରାଜଙ୍କର ପିଠି ସାରା ନୋଳା ଫାଟିଯାଇଥିବା ଦେଖି ପରିବାର ଲୋକେ ତାଙ୍କୁ ପଚାରିଥିଲେ। ପଚାରିବାରୁ ସ୍କୁଲରେ ସାର୍ ବାଡ଼ିରେ ପ୍ରବଳ ମାରିଥିବା କଥା ଧନରାଜ କହିଥିଲେ। ଏହା ପରେ ଲଗନୁ କୁନ୍ଦେଇ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ କେସ୍ ନଂ. ୪୯/୨୪ରେ ମାମଲା ରୁଜୁ କରିଛି। ଶିକ୍ଷକ ଜୟରାମ ଗଣ୍ଡଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସେଠୀ କହିଛନ୍ତି।