-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
21-Mar-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ର ଶ୍ରୀ ସବର୍ଣ୍ଣମେରୁ ଶୈବପୀଠ ଠାରେ ସାମୂହିକ ବ୍ରତପୋନୟନ ଉତ୍ସବ ଓ ଅଷ୍ଟାଦଶ ଚାରିଗ୍ରନ୍ଥ ପୁରାଣ ପାଠ ପଠନ ମହାସମାରୋହରେ ପାଳିତ ହୋଇଯାଇଛି। ଗତ କାଲି ୨୦ ତାରିଖ ଠାରୁ ଏହି ପୀଠ ରେ ଅଷ୍ଠ ପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହୋଇ ଥିବା ବେଳେ ଆଜି ତାହା ଉଦଯାପନ ହୋଇଥିଲା l ବୃନ୍ଦାବନ ରୁ ଶ୍ରୀ ସ୍ୱରୂପା ନନ୍ଦ ସରସ୍ଵତୀ ଓ ପୁରୀ ଶ୍ରୀ ରାମଜୀ ମଠ ରୁ ଶ୍ରୀ ବଂଶୀ ଧର ଦାଶ ଜି ମହାରାଜ ଏହି ମହତ୍ କାର୍ଯ୍ଯକ୍ରମ ରେ ପହଞ୍ଚି ସମସ୍ତ ବାଳ ବ୍ରହ୍ମଚାରୀ ଙ୍କୁ ଏବଂ ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କୁ ଆଶୀର୍ବାଦ ପ୍ରଦାନ କରି ଏହା ହିଁ ଅସଲ ମାନବୀୟ ଧର୍ମ ବୋଲି କହି ଥିଲେ l ଶ୍ରୀ ଅର୍ଜ୍ଜୁନ ରଥ ଓ ରାଲି ରଥ ସ -ପତ୍ନୀକ ଏହି ମହତ କାର୍ଯ୍ଯ କ୍ରମ ରେ ମୁଖ୍ୟ କର୍ତ୍ତା ଭାବେ ଦାୟିତ୍ଵ ନେଇ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିଛନ୍ତି l
ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଏହି ଉତ୍ସବ ର ସମସ୍ତ କାର୍ଯ୍ଯ କ୍ରମ କୁ ତଦାରଖ କରିଥିଲେ l ମୁଖ୍ୟ ପଣ୍ଡିତ ଭାବେ ସ୍ଥାନୀୟ ଦୁର୍ଗା ମନ୍ଦୀର ପୂଜକ ତଥା ବରଗଡ ର ଗଣେଶ ଦାଶ ସମସ୍ତ କାର୍ଯ୍ଯ ପରିଚାଳନା କରିଥିବା ବେଳେ ଆର୍ତ୍ତ ତ୍ରlଣ ବାବୁ, ଅଶ୍ୱିନୀ ଗୁରୁ, ରାଜୀବ ଲୋଚନ ଗୁରୁ, ପ୍ରଦୀପ ପୁରୋହିତ, ବୁଲୁ ପଣ୍ଡା, ନିରଞ୍ଜନ ତ୍ରିପାଠୀ, ଅମରେନ୍ଦ୍ର କୁମାର, ସ୍ୱଚ୍ଛ ଭାରତ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରୀପାଠୀ, ମନୋଜ୍ ପଣ୍ଡା, ଲଡୁ କିଶୋର ମଲ୍ଲିକ ପ୍ରମୁଖ ସହର ର ବହୂ ମାନ୍ୟ ଗଣ୍ୟ ଓ ବିଭିନ୍ନ ସ୍ୱେଚ୍ଛlସେବୀ ସହଯୋଗ କରିଥିଲେ l ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିନିକା ବ୍ରାହ୍ମଣ ସମାଜ ର କାର୍ଯ୍ଯ କର୍ତ୍ତା ଆର୍ତ୍ତ ତ୍ରlଣ ପଣ୍ଡା, ଆଦିକନ୍ଦ ବାବୁ, ସୋମିତ୍ରି ପତି, ପ୍ରମୋଦ ପଣ୍ଡା, ଅଶ୍ୱିନୀ ନାଏକ, ତଥା ଜିଲ୍ଲା ର ସମସ୍ତ ବ୍ଲକ୍ ରୁ ଆଠ ଶହ ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ଙ୍କ ଦିବ୍ୟ ଦର୍ଶନ ପାଇଥିଲେ ସଧାରଣ ଲୋକେ l ଗୌଡ଼ ଗାଁ ର ଦଧି ବାମନ ମନ୍ଦୀର ରୁ ପୁରାଣ ପୁସ୍ତକ ସଂଗୃହିତ ହୋଇ ପଠନ କାର୍ଯକ୍ରମ କୁ ଲକ୍ଷ୍ମଣ ପାଣ୍ଡିଆ ସଂଯୋଜନା କରିଥିଲେ l