-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
21-Mar-2024
ତରଭା(କପିଳାସ ସେଠ): ତରଭା ଜବାହର ନବୋଦୟ ବିଦ୍ୟାଳୟ ନିକଟରେ ହେବାକୁ ଥିବା ନୂତନ ସିଭିଲ କୋର୍ଟ କୋଠାରନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ଦ୍ଵାରା ଅଭାସି ମାଧ୍ୟମରେ ବୁଧବାର ସନ୍ଧ୍ୟାରେ ହୋଇଯାଇଛି। ଅଭାସି କାର୍ଯ୍ୟକ୍ରମରେ ହାଇକୋର୍ଟ ବିଲଡିଂ କମିଟିର ଚେୟାରମ୍ୟାନ ଡ଼: ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ଓଡିଶା ହାଇକୋର୍ଟ ବିଚାରପତି ତଥା ସୋନପୁର ଜଜସିପର ପ୍ରଶାସନିକ ନ୍ୟାୟଧୀଶ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଏଠାରେ ସୋନପୁର ଜିଲ୍ଲା ଜଜ ରଶ୍ମି ମୋହନ ଆଚାର୍ଯ୍ୟ,ସିଭିଲ କୋର୍ଟ ରେଜିଷ୍ଟାର ସଦ୍ୟାଶ୍ନତା ପତି , ତରଭା ଜେଏମଏଫସି ସବିତା କୁମାରୀ ପଣ୍ଡା,ସିଷ୍ଟମ ଆସିଷ୍ଟାଣ୍ଟ କୀର୍ତ୍ତି ରଞ୍ଜନ ଘଡାଇ, ଚନ୍ଦ୍ରକାନ୍ତ ପରୁଆ,ବିରାଜଲଷ୍ମୀ ବହିଦାରଙ୍କ ସହ ତରଭା ବାର ଆସୋସିଏସନ ସଭା ସୁରେଶ ମହଲା ଙ୍କ ସହ ବରିଷ୍ଟ ଓକିଲ ସାନନ୍ଦ ମହାପାତ୍ର, ଆଦିକନ୍ଧ ପାଣିଗ୍ରାହୀ, ସରକାରୀ ଓକିଲ ଉମେଶ ନାଏକ, ସତ୍ୟନାରାୟଣ ନାଏକ ଓ ସମସ୍ତ ଓକିଲ ସମେତ ତରଭା ଜେଏମଏଫ ରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀ ଓ ଓକିଲ ଉପସ୍ଥିତ ଥିଲେ।