-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
21-Mar-2024
ତରଭା(କପିଳାସ ସେଠ )ତରଭା ଏନ ଏ ସି ର କୁମ୍ଭାର ପଡା ଭାଗବତ ମନ୍ଦିର ନିକଟରେ ତଥା ୱାର୍ଡ ନମ୍ବର ୯ ଓ ୬ ମିଶ୍ରଣ ଛକ ଠାରେ ଥିବା ବିଦ୍ୟୁତ ପୋଳ ଥିବା ଯୋଗୁଁ ଯାତାୟାତ ରେ ନାହିଁ ନଥିବାର ଅସୁବିଧା ଦେଖା ଦେଉଛି I ଅନେକ ସମୟରେ ସାଇକେଲ କିମ୍ବା ଚାଲି ଯିବାପାଇଁ ମଧ୍ୟ୍ୟ ସମସ୍ୟା ଦେଖାଦେଇଥାଏ I ଏହି ରାସ୍ତା ର ପୋଳ କୁ ସ୍ଥାନ୍ତାରିତ କରିବା ପାଇଁ ସ୍ଥାନୀୟ ଅଧିବାସୀ ବିଭିନ୍ନ ସମୟ ରେ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ମୋଖିକ ଭାବରେ ଯାଇଥିଲେ ମଧ୍ୟ୍ୟ ଏନ ଏ ସି କତୃପକ୍ଷ ଶୁଣୁଛନ୍ତି ନା ବିଦ୍ୟୁତ ବିଭାଗ ଅଧିକରୀ ପୋଳ ସ୍ଥାନ୍ତାରିତ କରିବା ପାଇଁ ଚିନ୍ତା କରୁଛନ୍ତି I ଯାହା ଫଳରେ ଅଞ୍ଚଳ ବାସୀ ଅସୁବିଧା ର ସମୁଖୀନ ହେଉଛନ୍ତି I ଏହି ସମସ୍ୟା ନେଇ ବିଦ୍ୟୁତ ବିଭାଗ ର ଇ ଏସ ଓ କୁମୁଦ ଚନ୍ଦ୍ର ବେହେରା ଙ୍କୁ ଯୋଗାଯୋଗ କରାଯିବାରୁ ଖୁବ ଶୀଘ୍ର ସ୍ଥାନ୍ତାରିତ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଛନ୍ତି I ସେହିପରି ଏନ ଏ ସି ଇଓ ଲଷ୍ମୀ କାନ୍ତ ମଲ୍ଲିକ ଯୋଗା ଯୋଗ କରାଯିବାରୁ ବିଭାଗୀୟ ଅଧିକାରୀ ଙ୍କ ସହ କଥା ହୋଇ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି I ଏହି ସମସ୍ୟା ସମାଧାନ ହେଲେ ଯାତାୟାତ ନେଇ ଅଞ୍ଚଳ ବାସୀ ସୁବିଧା ପାଇପାରିବେ I