-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
21-Mar-2024
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଅଧିନସ୍ଥ ସଲପଡିହ ଗ୍ରାମ ରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ କାଠି ଠାକୁରାଣୀ ଙ୍କ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବ ରେ ବାଣପୁର ଅଞ୍ଚଳର ଆୟତପୁର ଗ୍ରାମ ର ମା ପାଣ୍ଡବା ଶୁଣି, ବିଝଳା ଗ୍ରାମ ର ମା ଖିଲାମୁଣ୍ଡା, ବାଲୁଗାଁ ଗ୍ରାମ ର ମା ଟିକିରାଇ, ରତ୍ନପୁର ର ଗ୍ରାମ ର ମା ଶୂଳିଆ, ଘାସଡିହ ଗ୍ରାମ ର ମା ଖିଲା ମୁଣ୍ଡା, ହରିଚନ୍ଦନପୁର ଗ୍ରାମ ର ମା ବ୍ରାହ୍ମଣିଦେବୀ ଏବଂ ସଲପଡିହ ଗ୍ରାମ ର ମା ପାଣ୍ଡବା ଶୁଣି l ପ୍ରଥମେ କାଠି ଠାକୁରାଣୀ ମାନ ଙ୍କୁ ଏକ ବିରାଟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଯାଇଥିଲା ତା ପରେ କାଠି ଠାକୁରାଣୀ ମାନଙ୍କୁ ପୂଜା ମଣ୍ଡପ ରେ ବସା ଯାଇ ପୂଜା ଅର୍ଚନା ଆରମ୍ଭ ହୋଇ ଥିଲା l ଏହି ମେଳନ ଉତ୍ସବ ରେ ବାଣପୁର ଅଞ୍ଚଳ ବହୁତ ଜନସାଧାରଣ ସେଠାକୁ ଯାଇ କାଠିଠାକୁରାଣୀ ମାନଙ୍କୁ ଦର୍ଶନ କରି ଥିଲେ l ତା ପରେ ସମସ୍ତ କାଠି ଠାକୁରାଣୀ ଏକା ଠିକାର ଯାଇ ଏକ ପଡିଆ ରେ ମିଳନ ଉତ୍ସବ ଅନୁଷ୍ଠିତ ହୁଏ ଏହା ପରେ ଆସିଥିବା କାଠି ଠାକୁରାଣୀ ମାନେ ନିଜ ନିଜ ଗ୍ରାମ କୁ ଫେରି ଯନ୍ତି