-+91-9937148622 |
prerana_bgr@rediffmail.com |
Tuesday 20th October 2026 |
R.N.I. Regd No. ODIODI/2010/46693
Breaking News
21-Mar-2024
ବୋଡ଼େନ (ଡୋଲେସ୍ଵର ଵାଗ )
ଓଡ଼ିଶା ଶାସନର ନିର୍ବାଚନ ପ୍ରକ୍ରିୟା ଭିତରକୁ ପ୍ରଥମ କରି ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଭାବରେ ୨୦୧୪ ମସିହାରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀତ୍ବ ବହନ ନିଜ ବ୍ୟକ୍ତିତ୍ଵ ଓ ଲୋକ ସଂପର୍କ ପ୍ରଭାବ ବଳରେ ପାଞ୍ଚ ଥର ବିଧାୟକ ହୋଇଥିବା ସ୍ବର୍ଗତ ଦୁର୍ଯ୍ୟୋଧନ ମାଝୀଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାବରେ ୫୦୪୦୭ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନ ଅଧିକାର କରି ରାଜ୍ୟରେ ତାଙ୍କର ପାରଦର୍ଶିତାର ପ୍ରଭାବ ପକାଇଥିଲେ ।ସ୍ବର୍ଗତ ଦୁର୍ଯ୍ୟୋଧନ ମାଝୀ ବିଜେପି ଦଳ ପକ୍ଷରୁ ଲଢି ୫୭୫୩୩ ଖଣ୍ଡ ଭୋଟ ପାଇ ବିଧାୟକ ଘୋଷିତ ହୋଇଥିବା ବେଳେ ଅଧିରାଜ୍ ମୋହନ ପାଣିଗ୍ରାହୀ କଂଗ୍ରେସ ପ୍ରାର୍ଥୀ ୭୧୨୬ ଭୋଟ ପଛରେ ରହି ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ବି ଜେ ଡି ଦଳରୁ ଲମ୍ବୋଦର ନିଆଲ ୪୭୬୫୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।ପରବର୍ତ୍ତୀ ନିର୍ବାଚନ ପାଇଁ ଅଧିରାଜ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ ଶୈଳୀରେ ତଥା ଲୋକଙ୍କ କାର୍ଯ୍ୟ କରିବାରେ ଆହୁରି ଧ୍ୟାନ ଦେବା ଦ୍ଵାରା ଲୋକପ୍ରିୟତା ବଢ଼ିବାରେ ଲାଗିଲା ଏବଂ ୨୦୧୯ ମସିହା ନିର୍ବାଚନରେ ସେହି କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବରେ ଲଢି ୫୯୩୦୮ ଖଣ୍ଡ ଭୋଟ ପାଇ ବିଧାୟକ ଘୋଷିତ ହୋଇଥିବାବେଳେ ବି ଯେ ଡି ଦଳର ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲ ୫୬୪୫୧ ଖଣ୍ଡ ଭୋଟ ପାଇ ୨୮୫୭ ଭୋଟ ପଛରେ ରହିଯାଇଥିଲେ ଅଧି ରାଜଙ୍କୁ ପାଖରୁ ।ତୃତୀୟ ସ୍ଥାନରେ ୫୨୨୪୫ ଖଣ୍ଡ ଭୋଟ ବି ଜେ ପି ପ୍ରାର୍ଥୀ ରିତା ରାଣୀ ବଗର୍ତ୍ତି ପାଇଥିଲେ ।ନିଜ ପରାକାଷ୍ଠା ବଳରେ ଆଗକୁ ବଢ଼ି ଚାଲିଥିବା ଅଧିରାଜ କଂଗ୍ରେସ ପ୍ରୀତିରେ ଶାନ୍ତି ଅନୁଭବ କରିପାରିଲେ ନାହିଁ ଏବଂ ଶଙ୍ଖ ମୁଖ୍ୟ ନବୀନଙ୍କ ପ୍ରୀତିରେ ଅନୁପ୍ରାଣିତ ହୋଇ ଅଞ୍ଚଳର ବିକାଶକୁ ଦ୍ଵିଗୁଣିତ କରିବା ଆଶାରେ ଦଳବଳ ସହିତ କଂଗ୍ରେସରୁ ବିଦାୟ ନେଇ ଶଙ୍ଖକୁ ଆପଣାଇଛନ୍ତି ।