-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||     

HOME   ରାଜ୍ୟ

ନାରୀଶକ୍ତିର ଚାତୁର୍ଯ୍ୟ,ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ ମହାନ,ୱାର୍ଲଡ୍ ଓଡ଼ିଶା ସୋସାଇଟି ଦ୍ୱାରା ତୃତୀୟ ଶକ୍ତି ଉତ୍ସବ ଆୟୋଜନ

20-Mar-2024



ନୂଆଦିଲ୍ଲୀ(ପ୍ରେରଣା ଖବର ): ନାରୀଶକ୍ତିର ଚାତ୍ରୁର୍ଯ୍ୟ, ମାଧୁର୍ଯ୍ୟ ଓ ଐଶ୍ଚର୍ଯ୍ୟ  ମହାନ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି।

ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱା. ଓ. ସୋ) ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜିତ ତୃତୀୟ ଶକ୍ତି ଉତ୍ସବ-୨୦୨୪ ରେ ଭାଗନେଇ ଅତିଥି ବକ୍ତା ମାନେ ନାରୀ ଜାତିର ମହନୀୟତା ଉପରେ ଆଲୋକପାତ କରିଥିଲେ।ହାଇବ୍ରିଡ଼ ମଞ୍ଚରେ ଅନୁଷ୍ଠିତ ଏହି ସମାରୋହରେ ଭାରତ ବର୍ଷର ବିଭିନ୍ନ ରାଜ୍ୟ ଏବଂ ବିଶ୍ୱର ବହୁ ରାଷ୍ଟ୍ରରୁ ୱା. ଓ. ସୋ ର ସଦସ୍ୟ , ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବର୍ଗ ଏବଂ ଓଡ଼ିଆ ସମାଜର ପ୍ରତିନିଧିମାନେ ଯୋଗ ଦେଇଥିଲେ। ମୁଖ୍ୟ ଉତ୍ସବ ଜାତୀୟ ରାଜଧାନୀ କ୍ଷେତ୍ରର ଗାଜିଆବାଦ ଠାରେ ପାଳନ କରାଯାଇଥିବା ବେଳେ ଶତାଧିକ ବିଶ୍ୱ ଓଡ଼ିଆ ଏଥିରେ ଆଭାସୀ ଢଙ୍ଗରେ ସଂଯୁକ୍ତ ହୋଇଥିଲେ।

ସଭାରେ ବରେଣ୍ୟ ଅତିଥି ଭାବେ ସାମିଲ ହୋଇ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ, ବିଶ୍ୱ ଭରି ଓଡ଼ିଆ ମାନଙ୍କୁ ଯୋଡ଼ିବାରେ  ୱାର୍ଲଡ୍ ଓଡ଼ିଶା ସୋସାଇଟି ର ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ।ଚଳିତ ଶତାବ୍ଦୀ ମହିଳାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି ଦର୍ଶାଇ ନାରୀ ଜାତିର ଉତ୍ଥାନ ପାଇଁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦେବାକୁ ଶ୍ରୀମତୀ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ। ସ୍ଵାଗତ ଭାଷଣ ପ୍ରଦାନ କରି ୱାର୍ଲଡ୍ ଓଡ଼ିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ମହିଳାମାନଙ୍କଠାରେ ମାଟିର ମୂର୍ତ୍ତିକାର ସାଜିବା ଠାରୁ ଆରମ୍ଭ କରି ଝଡ଼ର ଇଗଲ ବନିବା ପର୍ଯ୍ୟନ୍ତ  ସମସ୍ତ କ୍ଷମତା ମହଜୁଦ ଥିବାରୁ  ସେମାନେ ସର୍ଵ ଶକ୍ତିସମ୍ପର୍ଣ୍ଣା ବୋଲି ଉଲ୍ଲେଖ କରିଥିଲେ।  ୱା.ଓ.ସୋ ର ପ୍ରତିଷ୍ଠାତ୍ରୀ ଡ଼ଃ ଅରୁନ୍ଧତୀ ଦେବୀ ସାମ୍ପ୍ରତିକ ସମାଜରେ ମହିଳା ମାନଙ୍କୁ ଏକ ଭୋଗ୍ୟ ସାମଗ୍ରୀ ରୂପେ ବ୍ୟବହାର କରାଯାଉଥିବା ନେଇ ଘୋର କ୍ଷୋଭ ପ୍ରକାଶ କରି  ସେମାନଙ୍କୁ ଯଥାମାନ୍ୟ ସମ୍ମାନ ପ୍ରଦାନ  କରାଯିବାକୁ ଆଗ୍ରହ ପ୍ରକାଶ କରିଥିଲେ। ୱା.ଓ.ସୋ ର ମହିଳା ସଶକ୍ତିକରଣ କମିଟିର ଆବାହକ ଏବଂ କଳାହାଣ୍ଡିର  ଉପ-ଜିଲ୍ଲାପାଳ ଶୁଭସ୍ମିତା ମିଶ୍ର ନାରୀମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର କୁ ସୁରକ୍ଷିତ ରଖାଯିବା ନେଇ ବ୍ୟାପକ ଓ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।ୱା.ଓ.ସୋ ର ମହିଳା ଶାଖାର ସଭାପତି ଡ଼ଃ ସୁନନ୍ଦା ମିଶ୍ର ପଣ୍ଡା,ନାରୀର ଶ୍ରେଷ୍ଠତ୍ବ ଯୁଗ ଯୁଗ ଧରି ପ୍ରମାଣିତ ହୋଇ ଆସିଥିବା ସୁଚାଇଥିଲେ।           
  

ଏହି ଅବସରରେ ୱା.ଓ.ସୋ ର ସାଧାରଣ ସମ୍ପାଦକ ଏବଂ ସୁନାମଧନ୍ୟ ସମାଜସେବୀ ଡ଼ଃ ଚିଦାତ୍ମିକା ଖଟୁଆଙ୍କୁ ପୃଥିବୀ ବ୍ୟାପି ମହିଳା ସମ୍ପ୍ରଦାୟଙ୍କର ମଙ୍ଗଳ ସକାଶେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୱା.ଓ.ସୋ ର ପ୍ରଥମ ମହା ନାରୀ ସମ୍ମାନ ପ୍ରଦାନ କରାଯାଇଥିଲା।ପୁରସ୍କାର ଗ୍ରହଣ କରି ଡ଼ଃ ଖଟୁଆ ୱା.ଓ.ସୋ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ତାଙ୍କର ନାରୀ ଜାଗରଣ ଅଭିଯାନକୁ ସେ ଅଧିକ ଶାଣିତ କରିବେ ବୋଲି ଘୋଷଣା କରିଥିଲେ।ସଭାରେ ପ୍ରତିଭାବାନ ଫେସନ ଡିଜାଇନର ପ୍ରିୟଙ୍କା ଜେନା,ପ୍ରସିଦ୍ଧ ଚାଟାର୍ଡ ଏକାଉଣ୍ଟଟାଣ୍ଟ ସୁଧୀର ଦାଶ ଓ ବରିଷ୍ଠ ପ୍ରଶାସକ ଡ଼ଃ ଦେବେନ୍ଦ୍ର ମାଝୀ ଙ୍କୁ  ସମାଜ ସେବା କ୍ଷେତ୍ରରେ ଉଲ୍ଲେଖ ଯୋଗ୍ୟ ଅବଦାନ ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା।  

ଆଶୁ କବି ଡ଼ଃ କୁଳମଣି ବିଶ୍ୱାଳ ଓ ପ୍ରତିଷ୍ଠିତ କବୟତ୍ରୀ ଲଷ୍ମୀପ୍ରିୟା ଦାସ ସେମାନଙ୍କ ର କବିତା ଗୁଡିକୁ ଖୁବ ସୁନ୍ଦର ଓ ସାବଲୀଳ ଢଙ୍ଗରେ ଆବୃତ୍ତି କରିଥିଲେ।ସୁବିଖ୍ୟାତ କଥାକାର ଡ଼ଃ ମଧୁସ୍ମିତା ମିଶ୍ର ତାଙ୍କର "ଅନିନ୍ଦିତା"ଶୀର୍ଷକ କ୍ଷୁଦ୍ର ଗଳ୍ପକୁ ବେଶ ପ୍ରାଞ୍ଜଳ ଓ ପ୍ରଭାବଶାଳୀ ଢଙ୍ଗରେ ଶୁଣାଇ ଉପସ୍ଥିତ ଶ୍ରୋତା ମାନଙ୍କୁ ଚମତ୍କୃତ କରିଦେଇଥିଲେ। ସୁଧୀର ଦାଶ ଏବଂ ତାଙ୍କର ସାଥୀ କଳାକାର ଶୋଭା ନାରଙ୍ଗ, ସୁଧା କାଲରା ଓ ମୋନିକା ଚୌଧୁରୀଙ୍କର  ସୁମଧୁର  ସଂଗୀତ ପରିବେଷଣ ବେଶ ମନୋରଞ୍ଜକ ଥିଲା। ଆମେରିକା ରୁ ସୁଦକ୍ଷ ଉପସ୍ଥାପିକା  ବନୋଜିନୀ ନାୟକ ସମଗ୍ର କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଞ୍ଚାଳନା କରିଥିଲେ। ନନ୍ଦନ ଦ୍ବିବେଦୀ ଡିଜିଟାଲ କକ୍ଷକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଳ୍ପନା ପଟ୍ଟନାୟକ, ଡ଼ଃ ଦେବେନ୍ଦ୍ର ମାଝୀ,ଅଜୟ କୁମାର ଦାସ ଓ  ରୀତା ପାତ୍ର  ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ୱା.ଓ.ସୋ ର ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ସଂଯୋଜକ ଉମାକାନ୍ତ ଜେନା  ଧନ୍ୟବାଦ ଅର୍ପଣ କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଡ଼ଃ ନଳିନୀ ପତି, ଶିଵ ରଞ୍ଜନ ବିଶ୍ୱାଳ, ଅକ୍ଷୟ ମହାନ୍ତି, ଡ଼ଃ ଯଶୋଧାରା ମିଶ୍ର,ପୁଷ୍ପାଞ୍ଜଳି ବାରିକ,ପ୍ରଭାତୀ ପାଣିଗ୍ରାହୀ, ଲିଲି ଜେନାମଣି, ପ୍ରବୋଧ ସାମନ୍ତରା, ଡ଼ଃ ସରୋଜିନୀ ପାଣି, ଡ଼ଃ ସାଗର ରଞ୍ଜନ ତ୍ରିପାଠୀ, ସୁବାସ ସାହୁ, ସଞ୍ଜୟ ରାୟ,ରଜନୀକାନ୍ତ ମିଶ୍ର,ଜ୍ଞାନ ପ୍ରକାଶ ଜେନା, ଦିଲ୍ଲୀପ ମହାନ୍ତି,ପ୍ରଫେସର ଶ୍ରୀନିବାସ ପାଠୀ, ମନୋରଞ୍ଜନ ମହାନ୍ତି,ସୁରେନ୍ଦ୍ର ସିଂ ଡୋଗ୍ରା, ନିବେଦିତା ଗିରି, ସନାତନ ମହାକୁଡ଼, ବରଦା ପ୍ରସନ୍ନ ଦାସ, ଡ଼ଃ ଜ୍ୟୋତିର୍ମୟୀ ତ୍ରିପାଠୀ, ଶ୍ରୀବାଣୀ ମହାନ୍ତି,ଆଲୋକ ପଣ୍ଡା, ବିରଜା ମହାପାତ୍ର,ଆଚାର୍ଯ୍ୟ ଅଭିମନ୍ୟୁ ଓ ଲଳିତ କୁମାର ପ୍ରଧାନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026

You Might Also Like