-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ବଲାଙ୍ଗୀର// ଆଜି ବଲାଙ୍ଗୀର ନାଗରିକ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୨୦୨୪-୨୫ ବର୍ଷ ପାଇଁ ଅନୁଷ୍ଠିତ ଏହି ନିର୍ବାଚନରେ ଡ. ଶ୍ରୀକର ମିଶ୍ର ନିଦ୍ୱର୍ନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସଂପାଦକ ପଦ ପାଇଁ କିଶୋର ମିଶ୍ର ଓ ମଧୁସୂଦନ ନାୟକ ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଏଥିରେ ମଧୁସୂଦନ ନାୟକ ୧୩୬ ଖଣ୍ଡ ଭୋଟ ପାଇ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଘର ଉପସଭାପତି ଭାବରେ ନିତ୍ୟାନନ୍ଦ ମିଶ୍ର, ଯୁଗ୍ମ ସଂପାଦକ ସୁନୀଲ ବିଶ୍ୱାଲ ଓ କୋଷାଧ୍ୟକ୍ଷ ଭାବେ ଗଜେନ୍ଦ୍ର ତ୍ରିଭୁବନ ଭ୍ରମର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସଂଘର ୧୧ ଜଣିଆ କାର୍ଯ୍ୟକାରୀ କମିଟିକୁ ଶରତ ମହାକୁଦ, ପ୍ରଦୀପ ସାହୁ, ରିତୁରାଜ ସିଂହ,ତରୁଣ କୁମାର ମିଶ୍ର, ପ୍ରମୋଦ କୁମାର ମିଶ୍ର, ଗୋପବନ୍ଧୁ ପୁରୋହିତ, ବିନୋଦ ବିହାରୀ ପାଣିଗ୍ରହୀ, ବିନୟ କୁମାର ମିଶ୍ର, ଧର୍ମବ୍ରତ ରଥ, ଗୌରଚନ୍ଦ୍ର ପୁରୋହିତ, ନରେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଶରତ ଚନ୍ଦ୍ର ମହାକୁଡ ଇଲେକ୍ସନ ଚମ୍ପିୟାନ ହୋଇଛନ୍ତି । ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ଅଶୋକ କୁମାର ମିଶ୍ର ଦାୟିତ୍ୱ ତୁଲାଇ ଥିବା ବେଳେ ନିର୍ବାଚନ ପରିଚାଳନାରେ ଗୋବିନ୍ଦ ମିଶ୍ର, ପ୍ରଭାକର ମିଶ୍ର, ନରେନ୍ଦ୍ର କବାଟ, ମନୋରଂଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।