-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ବଲାଙ୍ଗୀର(ଦେବାଶିଷ ବହିଦାର ): ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ଆସନ୍ତା ମାର୍ଚ୍ଚ ୩ଠ ତାରିଖ ଦିନ ୨୦୨୪-୨୫ ବର୍ଷ ପାଇଁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଓ ଅନ୍ୟାନ୍ୟ ସାଂଗଠନିକ ଦାୟିତ୍ୱ ସଂପର୍କରେ ଆଲୋଚନା ହୋଇଥିଲା । ନିର୍ବାଚନର ସୁପରିଚାଳନା ପାଇଁ ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ପାଣିଗ୍ରାହୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ସନ୍ତୋଷ ପାଢ଼ୀ, ପ୍ରିୟରଂଜନ ବହିଦାର, ରାଧାକାନ୍ତ ମହାକୁଡ,ପ୍ରବୀର ନାଏକ, ସୁଧୀର ବେହେରା, ସୌମ୍ୟରଂଜନ ପଣ୍ଡା, ପ୍ରମୋଦ ବହିଦାର, ରାଜେଶ୍ୱର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଘର ସହ ସମ୍ପାଦକ ସୁଶାନ୍ତ ବାଗ ଧନ୍ଯବାଦ ଅର୍ପଣ କରିଥିଲେ l