-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
(ଡୋଲେସ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଧାନମଣ୍ଡି ପରିସର ମଧ୍ୟରେ ୪ଦିନ ଧରି ହେବାକୁ ଥିବା ୨୦୨୪ ବୋଡ଼େନ ବ୍ୟାଡମିଣ୍ଟନ ଚାମ୍ପିଆନସିପ ପ୍ରତିଯୋଗିତା ଗତ ଶୁକ୍ରବାର ଦିନ ରାତ୍ର ୮ଘଟିକା ସମୟରେ ଉଦ୍ଘାଟିତ ହୋଇଯାଇଛି । ଅନୁଷ୍ଟିତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ବୋଡ଼େନ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମସିଲା ନାଗ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିବାବେଳେ ଆୟୋଜକ କମିଟିର ସଭାପତି ମୁନାଫ୍ ମହମ୍ମଦ ,ଉପସଭାପତି ଶୁଭେନ୍ଦୁ ସେଠୀ, ସମ୍ପାଦକ ନିର୍ମଳ ସ୍ୱାଇଁ , ଇଲେକଟ୍ରି ସବ ଡିଭିଜିନାଳ ଅଫିସର ନନ୍ଦ କୁମାର ନାଗ ,ବୋଡ଼େନ ପୋଲିସ ସବ ଇନ୍ସପେକ୍ଟର ଲଳିତ ମୋହନ ନାଏକ, ଆବିଦ ମହମ୍ମଦ, ବୈଷ୍ଣବ ଦୂରିଆ ,ନରେନ୍ଦ୍ର ନାଗ ,ମହମ୍ମଦ ଜୋହର , ଗୁଣନିଧି ଦଣ୍ଡସେନା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହ କରିଥିଲେ । ବିଭିନ୍ନ ଜିଲ୍ଲାରୁ ୩୦ ଗୋଟି ଦଳକୁ ନେଇ ଆୟୋଜିତ ପ୍ରତିଯୋଗିତାର ପ୍ରଥମ ଲିଗ୍ ମ୍ୟାଚରେ ଚାରୋଟି ଗ୍ରୁପ ରୁ ଆସମାନ ଓ ହିତେଶ , ମୁଜାଶିର ଓ ଅଫରଜ, ଆୟୁଷ୍ମାନ ଓ ଜୟଦିତ୍ୟ , ଜାହିଦ ଓ ଶ୍ରୀୟାଂଶ ବିଜୟ ହାସଲ କରି ପରବର୍ତ୍ତୀ ରାଉଣ୍ଡ କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ପ୍ରତିଯୋଗିତା ପ୍ରତିଯୋଗୀ ମାନଙ୍କର ପ୍ରତିଭାର ବିକାଶ ପାଇଁ ଏକ ଉତକୃଷ୍ଟ ମାଧ୍ୟମ ଭାବେ ବିବେଚିତ ହେବବୋଲି ଆଶା ଓ ବିଶ୍ବାସ ରଖାଯାଇଛି । ଉକ୍ତ ପ୍ରତିଯୋଗିତାରେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅଙ୍କିତ୍ ସାହୁ , ସରୋଜ ପ୍ରଧାନ ,ଅଶୋକ ବେହେରା ତଥା ବହୁ ଦର୍ଶକ ଉପସ୍ଥିତ ରହି ଉଦଘାଟନୀ ଉତ୍ସବକୁ ଶାଫଲ୍ୟ ମଣ୍ଡିତ କରିଥିଲେ ।