-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ସିନ୍ଧେକେଲା,- ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ ଅନ୍ତର୍ଗତ ଗନ୍ଧର୍ଲା ଗ୍ରାମ ଖେଳ ପଡିଆରେ ଚାରୋଟି ଗ୍ରାମ ପଞ୍ଚାୟତ ଚାନ୍ଦୋତରା, ଗନ୍ଧର୍ଲା,ଜାମଖୁଣ୍ଟା, ଓ ଭୂର୍ଷାଗୁଡ଼ା ଅଞ୍ଚଳର କଂଗ୍ରେସ କର୍ମୀ ଓ ନେତାକୁ ନେଇ ଏକ ବିରାଟ କଂଗ୍ରେସ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ ଓ ବିଜେଡି ବିଜେପିର ବିବାହ ଉତ୍ସବ ପାଳନ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସନ୍ତୋଷ ସିଂହ ସାଲୁଜା ଯୋଗଦେଇ ଅଞ୍ଚଳର ବିକାଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବାରୁ ପୁଣିଥରେ ଓଲଡ଼ ଇଜ ଗୋଲଡ଼ ପୁରୁଣା ଦଳ କଂଗ୍ରେସ କୁ ଆପଣାଇଲେ ହିଁ ଅଞ୍ଚଳର ବିକାଶ ହୋଇପାରିବ
ବୋଲି ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜୁ ବାଲା ବେହେରା,ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ଜିଲ୍ଲା ପରିଷଦ ସଦସ୍ୟ ଓମ୍ ପ୍ରକାଶ କୁମ୍ଭାର,ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଗନ୍ଧର୍ଲା ସରପଞ୍ଚ ଚାହାନ୍ତି କନ୍ଦପାଣି,ଚାନ୍ଦୋତରା ସରପଞ୍ଚ ଜିତେନ ବଛା,ସମିତି ସଭ୍ୟା କୁନ୍ତୀ ସାହୁ,ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଭୂର୍ଷାଗୁଡା ସମିତି ସଭ୍ୟ ଦୃପତ୍ ବାରିକ, ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା,ସମିତି ସଭ୍ୟ ଦ୍ରୋଣସେନ୍ ବେହେରା, ଅଲଣ୍ଡା ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ ,ଅର୍ଷାତୁଲା ସମିତି ସଭ୍ୟ
ବଂଶୀ ବାଗ, ଦେଢ଼ଗାଁ ସମିତି ସଭ୍ୟ ପ୍ରତିନିଧି ହେରାମ ଜାଲ ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳ କୁ କିପରି ସୁଦୃଢ କରାଯିବ ସେ ଉପରେ ମତ ପ୍ରକାଶ କରିଥିଲେ । ମଞ୍ଚ ପରିଚାଳନା ଚାନ୍ଦୋତରା ସମିତି ସଭ୍ୟ ଘାସିରାମ ସାହୁ କରିଥିଲେ । ଏହି ଅବସରରେ ସମ୍ମିଳନୀରେ ଅଞ୍ଚଳର ହଜାର ହଜାର କର୍ମୀ ଓ ନେତା ସାମିଲ ହୋଇଥିଲେ । ଶେଷରେ ଶତାଧିକ ଉଭୟ ବିଜେଡି ବିଜେପି କର୍ମୀ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ବିଜେପିର ବିବାହ ଉତ୍ସବ ମଧ୍ୟ ଅନୁଷ୍ଟିତ ହୋଇଥିଲା।