-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
ନାକଟିଦେଉଳ(କନ୍ଦର୍ପ ବେହେରା ): ବାମରା ବନ୍ୟପ୍ରାଣୀ ବନଖଣ୍ଡର ଖଳାଶୁଣୀ ବନ୍ୟପ୍ରାଣୀ ବନାଞ୍ଚଳର କିସିଣ୍ଡା (ନାକଟିଦେଉଳ ବ୍ଲକ୍)ଠାରେ ବନାଗ୍ନୀ ନିରୋଧ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ା କିସିଣ୍ଡା ରେଞ ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବରେ କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀତା ଭୋଇ, କିସିଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ପ୍ରଧାନ , ଖନ୍ଦିବାହାଳ ଭିଏସ୍ ଏସ୍ ର ସଭାପତି କାହ୍ନୁଚରଣ ମାଝୀ, କିସିଣ୍ଡା ଆର୍ ଆଇ ଧନଞୟ ସାହୁ ଗିରିଶ୍ଚନ୍ଦ୍ରପୁର ମେଡିକାଲ୍ ର ଡାକ୍ତର ବେଦବ୍ୟାସ ଭୋଇ , ଅଧ୍ୟାପକ ସଞୟ କୁମାର ପ୍ରଧାନ , ଗିରିଶ୍ଚନ୍ଦ୍ରପୁର ରେଞ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଅଧ୍ୟାପକ କୌସିକ ପ୍ରଧାନ, କିସିଣ୍ଡା ସରପଞ୍ଚ ରୀନା ନାଏକ ପ୍ରମୁଖ ଯୋଗଦେଇ ଜଙ୍ଗଲ ନିଆଁ ନିରାକରଣ ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ଏବଂ ଜଙ୍ଗଲରେ ଯେଉଁ ବ୍ୟକ୍ତି ନିଆଁ ଲଗାଇଵ ସେ ବ୍ୟକ୍ତି ବିରୁଦ୍ଧରେ ଦ୍ରୁଢ କାର୍ଯ୍ୟନୁଷ୍ଠାନ ନେବାର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ା ଏହି ସଭାରେ କିସିଣ୍ଡା ରେଞର ବନ ସୁରକ୍ଷା ସମିତିର ସଭାପତି ,ସଭ୍ୟ , ଛାତ୍ରଛାତ୍ରୀ, ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଯୋଗଦେଇଥିଲେ । ଫରେଷ୍ଟର ଅନୁରାଧା ଖରସେଲ୍ ତଥା ବନ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ ା ଆମ ଜଙ୍ଗଲ ଯୋଜନା ର ଲଳିତ ମୋହନ ବାରୀକ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।