-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
(କେଶବ ମେହେର)
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତୁର୍କେଲ ଗ୍ରାମ ନିକଟ ରେ ଯାଇଥିବା ୩୩ କେବି ଇଲେଟ୍ରୀ ତାର ପ୍ରାୟ ୩୦୦ ମିଟର ଚୋରି ହୋଇଥିବା ଅଭିଯୋଗ ହୋଇଥିବାରୁ , କର୍ଲାପଡ଼ା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରିଥିଲେ ।କେସ ନଂ ୫୦୦/୧୯/୧୨/୨୦୨୩, ୩୭୯ IPC ରେ ହୋଇଥିଲା ।ଓ ଘଟଣା ର ତଦନ୍ତ ପରେ ତିନି ଆସାମୀ ଙ୍କୁ ଗିରଫ କରିଛି ପୋଲିସ।ତିନି ଆସାମୀ ହେଲେ ତୁର୍କେଲ ଗ୍ରାମର ,ଶଙ୍କର ସା, ପିତା,ଶୋଭା ଚନ୍ଦ୍ର ସା, ଜିତେନ୍ଦ୍ର ବାଗ, ପିତା ,ଗୋପାଳ ବାଗ, ଗୈରାଙ୍ଗ ସା,ପିତା ,, କ୍ଷମାନିଧି ସା, ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଓ ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଥିବା ସୂଚନା ମିଳିଛି,ଉକ୍ତ ତିନି ଅଭିଯୁକ୍ତ ହେଉଛନ୍ତି ,ଧରଣୀଧର ଜୁଆଡ ଗ୍ରାମ, କୁକୁଟି ,ଓ ଧନୁ ସା, ରାକେଶ ସା, ଦୁଇ ଜଣ ଙ୍କ ଗ୍ରାମ ହେଲା ତୁର୍କେଲ, ଯେଉ ଇଲେଟ୍ରି ତାର ୩୦୦ ମିଟର ଚୋରି ହୋଇଛି ତାର ଓଜନ ପ୍ରାୟ ୬୫୦ କିଲୋ ତାର ମୂଲ୍ୟ ପ୍ରାୟ ୧,୫୨୦୦୦ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।ଏବେ ଦେଖିବାକୁ ବାକି ରହିଲା ଆଉ ଫେରାର ହୋଇଥିବା ତିନି ଅଭିଯୁକ୍ତ କୁ ପୋଲିସ କେବେ ଗିରଫ କରୁଛି ।