-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Feb-2024
ତୁଷୁରା (ପଞ୍ଚାନନ ନାଏକ) ତୁଷୁରା ସହର ସ୍ଥିତ ଡେଲିମାର୍କେଟ ପାଖରେ ଶୁକ୍ରବାର ଭାଜପାର ଗାଁକୁ ଚାଲ ଅଭିଯାନ ସହ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ସ୍ଥାନୀୟ ମାଁ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମଣ କରି ଅସ୍ଥାୟୀ ସଭାସ୍ଥଳକୁ ପହଞ୍ଚି ଥିଲେ। ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷା ମମତା ଜୈନ, ଭାଜପାର ବରିଷ୍ଠ ନେତା ନବୀନ ଜୈନ, ତୁଷୁରା ଏନଏସିର କାଉନସେଲର ବବିତା ସାହୁ, କାଉନସେଲର ମିତାଳି ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା,କୈଳାସ ରଣା, ଭାଜପାର ଟିଟିଲାଗଡ ସଂଯୋଜକ ସଂଜୀବ ତ୍ରିପାଠୀ ଓ ଭାଜପାର ତୁଷୁରା ନଗର ସଭାପତି ମକର ଧ୍ବଜ ରଣା ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବଖାଣି ଥିବା ସହ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ନିଜ କହି ଲୋକଙ୍କୁ ଭକୁଆ ବଣାଉଥିବା ନେଇ ବ୍ୟକ୍ତା ମାନେ ମତ ପ୍ରକାଶ କରିଥିଲେ। ରଣୁଗୋପାଳ ସାହୁ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।