-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
22-Feb-2024
ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲାର ଦୁଇଟି ବଡ ଗ୍ରାମପଞ୍ଚାୟତ ଲୋଇସିଂହା ଓ ବେଲପଡାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ ଚିଠିଲେଖି ଦାବି କରିଥିବା ଜଣାଯାଇଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଏହି ଦୁଇଟି ସ୍ଥାନ ଏନଏସି ହେବାପାଇଁ ପୂର୍ବରୁ ରିପୋର୍ଟ ମଧ୍ୟ ଦିଆଯାଇସାରିଛି । ତେଣୁ ମୁଖ୍ୟମନ୍ତୀ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ କଳିକେଶ ଦାବି କରିଛନ୍ତି । ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲାର ବଡବଡ ପଞ୍ଚାୟତ ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାକୁ ଜନସାଧାରଣ ଦାବି କରି ଆସିୁଛନ୍ତି । ସେଥିମଧ୍ୟରେ ବଲାଙ୍ଗୀର ଉପଖଣ୍ଡର ଲୋଇସିଂହା ପଞ୍ଚାୟତ ଓ ପାଟଣାଗଡ ଉପଖଣ୍ଡର ବେଲପଡା ପଞ୍ଚାୟତ ଅନ୍ୟତମ । ବହୁବର୍ଷ ହେଲା ଏହାକୁ ଏନଏସିର ମାନ୍ୟତା ଦେବାକୁ ଅନେକଥର ଆନ୍ଦୋଳନ ମଧ୍ୟ ହୋଇଛି । ମୁଖ୍ୟତଃ ଲୋଇସିଂହାରେ ଦୀର୍ଘଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା । ମାସ ମାସ ଧରି ଜନସାଧାରଣ ଧାରଣା ଦେଇଥିଲେ । ଲୋଇସିଂହା ପଞ୍ଚାୟତ ସହିତ ବୁର୍ଡା ଓ ହିରାପୁରକୁ ମଧ୍ୟ ମିଶାଇ ଏକ ଏନଏସି କରିବାକୁ ଜିଲ୍ଲାପ୍ରଶାସନ ରିପୋର୍ଟ ଦେଇସାରିଛି । ଠିକ ସେହିପରି ପାଟଣାଗଡ ଉପଖଣ୍ଡର ବେଲପଡା ଗ୍ରାମପଞ୍ଚାୟତରେ ପଦ୍ମପୁରକୁ ମିଶାଇ ଏକ ଏନଏସି କରିବାକୁ ଦାବି କରାଯାଇଛି । ରାଜ୍ୟ ହାଉସିଂବୋର୍ଡ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୧୫୮ ତା.୨୨.୦୨.୨୦୨୪ରେ କଳିକେଶ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ଜଣାଇଛନ୍ତି ।