-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
21-Dec-2020
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ଗାଁର ବିଧବା ମହିଳା ସକୁନ୍ତଲା ବେମାଲ ବୟସ -୨୮ ଅଭାବ ଅନାଟନ ମଧ୍ୟରେ କାଳାତିପାତ କରୁଛନ୍ତି। ଦୁଇ ବର୍ଷ ପରେ ସ୍ବାମୀ ମୋହନ ବେମାଲଙ୍କ ବର୍ତ୍ତମାନ ସେ ଅସହାୟ ହୋଇ ପଡି ରହିଛନ୍ତି। ଦିନେ ଖାଇଲେ ଦିନେ ନାହିଁ ଏଭଳି ପରିସ୍ଥିତି ଏହି ପରିବାର ଏ ମାନ ଙ୍କ ଦୁଃଖ ବୁଝିବ କିଏ, ତୃତୀୟ ଶ୍ରେଣୀରେ ପଢ଼ୁଥିବା ଝିଅ ରେଣୁକାକୁ ନେଇ ଭଙ୍ଗା ଦଦରା ଘରେ ଚାଲିଛି ତାଙ୍କ ଜୀବନଯାତ୍ରା। ସ୍ବାମୀଙ୍କ କିଛି ସ୍ଥାବର ଅସ୍ଥାବର ସମ୍ପତ୍ତି ନ ଥିବାରୁ ପରଘରେ କୁଳି ମଜୁରି କାମକରି ବିତୁଛି ସକୁନ୍ତଲାଙ୍କ ଜୀବନ।ଏହି ଅସହାୟମହିଳାଙ୍କ ବେଦନାଶିକ୍ତ କଥା ବିଷୟରେ ଜାଣିବାପରେ ତାଙ୍କୁସହଯୋଗର ହାତ ବଢାଇଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା। ରବିବାର କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କୁସୁମଖୁଣ୍ଟି ଗ୍ରାମକୁ ଯାଇ ସକୁନ୍ତଲା ବେମାଲଙ୍କୁ ସାକ୍ଷାତ କରି କିଛି ଆର୍ଥିକ ସହଯୋଗ କରିବାସହ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, କୋକସରା ବ୍ଲକ ଯାଦବ ସମିତି ସଭାପତି ବିନୋଦ ରାଉତ, ସମ୍ପାଦକ ଅଳେଖ ଚନ୍ଦ୍ର ଗୋପାଳ, କୁସୁମଖୁଣ୍ଟି ଆଞ୍ଚଳିକ ସଭାପତି ସୁଦର୍ଶନ ବେହେରା, ସମ୍ପାଦକ ହିରଣ୍ୟ ବେହେରା, ଗ୍ରାମ୍ୟ ସଭାପତି ଡିଙ୍ଗର ବେହେରା, ସକ୍ରିୟ ଯାଦବ ସଦସ୍ୟ କୃପାସିନ୍ଧୁ ବାଗଙ୍କ ସମେତ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସମ୍ପାଦକ ଲିଙ୍ଗରାଜ ବେହେରା, ଉପସଭାପତି ସୁନୀଲ ଧଙ୍ଗଡାମାଝୀ, ସହ ସମ୍ପାଦକ ତ୍ରିଲକ୍ଷ ନାଏକ, ଯୁବ ଯାଦବ ପ୍ରକାଶ ବନଛୋର ପ୍ରମୁଖ ଉପସ୍ଥିତ ଥିଲେ।