-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||     

HOME   ଜିଲ୍ଲା

ହରଭଙ୍ଗା ଜୁନିୟର ରେଡକ୍ରସ ୟୁନିଟ ତରଫରୁ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର

18-Feb-2024



ବଲାଙ୍ଗିର  (ପ୍ରେରଣା ଖବର ) ତା.୧୮/୨- ସ୍ୱଇଚ୍ଛାରେ ରକ୍ତ ଦାନ, ଦୁନିଆଁ ପାଇଁ ଏକ ଅବଦାନ । ରକ୍ତର ବିକଳ୍ପ  ନାହିଁ ।  ରକ୍ତଦାନ କଲେ, ସେହି ରକ୍ତରେ  ଅଭାବୀ ରହିଥିବା ୪ ଜଣ ବ୍ୟକ୍ତିଙ୍କ ଜୀବନ ବଂଚାଯାଇପାରେ । ଆବଶ୍ୟକ ସମୟରେ ରକ୍ତର ଅଭାବ ଯୋଗୁଁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେଙ୍କ ମଧ୍ୟ ଜୀବନ ଅଛି ଏବଂ ସେମାନଙ୍କୁ ସମାଜର ଲୋକେ ସହାନୁଭୂତିର ସହିତ  ଯୁବ ସମାଜ  ଆଗେଇ ଆସି ରକ୍ତଦାନ କଲେ , ସେମାନେ ବିଶେଷ ଉପକୃତ ହଅନ୍ତେ । ଏହି କଥାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲା ଆଗଲପୁର(ଡୁଡକା) ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । 

ମୁଖ୍ୟଅତିଥି ଭାବରେ ବଲାଙ୍ଗିର  ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସୋସାଇଟି ର ସଂପାଦିକା ସସ୍ମିତା  ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ,  ସମାଜସେବୀ ଅନିଲ ମୋଦୀ, ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ,  ଓ  ସାମ୍ବାଦିକ ରଂଜିତ ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ  ଉତ୍ସାହିତ କରିଥିଲେ ।  ଶିବିରରେ ୩୨  ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଜୁନିୟର ରେଡକ୍ରସ ସାଧନକମକର୍ମି ତପସ୍ୱିନୀ ଦାଶ,  ବରିଷ୍ଠ ଶିକ୍ଷକ ରଘୁନାଥ ଷଡଙ୍ଗୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଭାରତୀ ପଟ୍ଟନାୟକ, ରକ୍ଷକ ସାଧନକର୍ମି ଆଶିଷ ନାଏକ, ର୍ ପ୍ରଭାକର ଛନ୍ଦ, ସଂଜୀବ ଦାଶ, ସ୍କୁଲ ଆଲୁମିନୀ ମେମ୍ବର ଅମୀୟ ନନ୍ଦ, ସ୍ୱେଚ୍ଛାସେବୀ ଆଶୁତୋଷ ବାରିକ, ଦେବାଶିଷ ବାରିକ, ପ୍ରଜ୍ଞାନ ଦାଶ, ଲୋଇସିଂହା କସ୍ତୁରବା ସ୍କୁଲର ପ୍ରଧାନଶିକ୍ଷକ ତଥା ଜେଆରସି କାଉନସିଲର ସଂଜୀବ ଦାଶ, ବିଶ୍ୱରୂପ ନାଏକ, ଲୋକନାଥ ପୁଟା ପ୍ରମୁଖ ରକ୍ତଦାନ କରିଥିଲେ ।

ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଥିବା ରକ୍ତ ସଂଗ୍ରହ କେନ୍ଦ୍ରର କର୍ମଚାରୀ ରଂଜନ ବରାଡ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, କେଶବ ଷାଣ୍ଡ, ସ୍ୱାଗତିକ ରାଉଳ, ଜ୍ୟୋର୍ତିମୟୀ ନାଏକ, ପରମାନନ୍ଦ କୁଁଅର, ଦେବେନ୍ଦ୍ର ନନ୍ଦ, ସୁଜିତ ପୁରୋହିତ, ଅକ୍ଷୟ ବାଗ ପ୍ରମୁଖ ଉପସ୍ଥିର ରହି ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସଂପାଦକ ହରେକୃଷ୍ଣ ରଥ, ସମାଜସେବୀ ଆକୁଲ ବେହେରା, ନକୁଲ ପଧାନ,ଦୀପକ ପଶାୟତ. ଦେବକାନ୍ତ ମେହେର, ବସନ୍ତ ବୁଡେକ ପ୍ରମୁଖ ସହଯୋଗ କରିଥିଲେ । ସମାଜସେବୀ ଶିକ୍ଷକ ତଥା  ରେଡକ୍ରସ କର୍ମି ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026

You Might Also Like