-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2024
(ଡୋଲେସ୍ଵର ଵାଗ )
ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କରଙ୍ଗାମାଳ ସେବାଶ୍ରମରେ ଅନୁସୂଚୀତ ଜାତି ଓ ଜନଜାତିଙ୍କ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଏକ ଆବାସିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଅଖିଳ ଧରୁଆଙ୍କ ଅଧ୍ୟକ୍ଷତାରେ ଏକ ବାର୍ଷିକ ଉତ୍ସବ ପାଳିତ ହୋଇଅଛି ।ଏଥିରେ ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷ୍lବିତ୍ କରଙ୍ଗାମାଳ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧାକାନ୍ତ ଯୋଶୀ,ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝୀ, ସମ୍ମାନୀତ ଅତିଥି ପ୍ରାକ୍ତନ ପ୍ରଧାନ ସେବକ ଶ୍ରୀଯୁକ୍ତ ଚୈତନ୍ୟ ମାଝୀ , ଜିଲ୍ଲା ଶିକ୍ଷକ ସଂଘ ର ସଭାପତି ଶୁଶୀଳ କୁମାର ପତୀ, ବ୍ଲକ ଶିକ୍ଷକ ସଂଘ ସଭାପତି ଶ୍ୟାମ କୁମାର ଦଣ୍ଡସେନା,ଚି଼କଳଚୁଆ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ସେବକ ଧନୀକର ଜଗତ ,ବାଗଲୋର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଲ ସେନ ନାଗ ,ମହୁଲ ପଡା ସେବାଶ୍ରମ ର ବରିଷ୍ଠ ପ୍ରଧାନ ସେବକ କମଳ ସିଂ ମାଝୀ,ଚନାବେଡା ଆଶ୍ରମ ବିଦ୍ୟାଳୟ ର ସେବିକା ଶ୍ରୀମତୀ ସନ୍ଧ୍ୟାରାଣୀ ଆଡବଙ୍ଗ ମଞ୍ଚାସୀନ ହୋଇଥିଲେ ଓ ମଞ୍ଚ ପରିଚାଳନା କରଙ୍ଗାମାଳ ସେବାଶ୍ରମର ସେବକ ଶ୍ରୀଯୁକ୍ତ ନରେଶ ସୁନାନୀ କରିଥିଲେ l ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ହୋଇଥିବା ବେଳେ ସେବିକା ମୀନାକ୍ଷୀ ପଣ୍ଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ତଥା ଶିଶୁ ପ୍ରତିଭାକୁ ପୁଷ୍ପିତ କରିବା ପାଇଁ ବିଦ୍ୟାଳୟର ଅବଦାନ ସଂପର୍କରେ ଅତିଥିମାନେ ନିଜର ବକ୍ତବ୍ୟରେ ପ୍ରଦାନକରି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ସେବାଶ୍ରମର ବାର୍ଷିକ କ୍ରୀଡାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଗଲା ଶେଷରେ ବରିଷ୍ଠ ସେବକ ନରସିଂହ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତି ଶ୍ରୀ ଧରୁଆ ସଭାସାଙ୍ଗ ଘୋଷଣା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦର୍ଶକମାନଙ୍କର ମନକୁ ଆକର୍ଷିତ କରିପାରିଥିଲେ ।