-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
17-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ କୁଳୁତାଜୋର ପଞ୍ଚାୟତରେ ଶନିବାର ସରପଞ୍ଚ ଚୁମୁକି ଭୋଇ ଙ୍କ ଅଧ୍ୟକ୍ଷତା ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା, ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ୧ନଂଜୋନ ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ, କଣ୍ଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଆମ୍ବଗାଁ ସରପଞ୍ଚ ପ୍ରତିମା ରଣା, ଶିକ୍ଷାବିତ ନିଳାଞ୍ଚଳ ଭୋଇ, ଅନନ୍ତ କ୍ଷେତି, ଆଦିବାସୀ ନେତା ବିବତ୍ସ ଭୋଇ, ନାଏବ ସରପଞ୍ଚ ସୋମନାଥ ରଣା ପ୍ରମୁଖ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେବା ସହ ଗ୍ରାମାଞ୍ଚଳର ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ କରିଥିଲେ l ପ୍ରଶାନ୍ତ ରଣା ଅତିଥି ପରିଚୟ ଓ ସଭା ପରିଚାଳନା ଏବଂ ଜିଆରଏସ ଜୟ କିଶୋର ରଣା ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସମସ୍ତ ବିଭାଗୀୟ କର୍ମଚାରୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ପଞ୍ଚାୟତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ତାସହିତ ବିଭିନ୍ନ ସାଂସ୍କୃତିକ ଦଳମାନେ ନିଜ ନିଜ ନୃତ୍ୟ ପରିବେଷଣ କରି ଜନସାଧାରଣଙ୍କୁ ମନୋରଞ୍ଜନ କରିଥିଲେ l
,