-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2024
ବଲାଙ୍ଗିର (ଚିତ୍ରସେନ ବେହେରା ): କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଏବଂ ଜାତୀୟତା ବିରୋଧୀ , ଧ୍ୱଂସକାରୀ ନୀତି ଗୁଡିକ ବିରୋଧରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ଆଜି ସାଥୀ ତିର୍ଥ ପଧାନଙ୍କ ନେତୃତ୍ୱରେ ସ୍ଥାନୀୟ କୋସଲ କଳାମଣ୍ଡଳ ପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ସହ ସହ ସଂଖ୍ୟାରେ ସ୍କିମ ୱାର୍କର ଆଶାକର୍ମୀ, ପାଚିକା ସହାୟିକା, ଅଙ୍ଗନୱାଡି, ନିର୍ମାଣ ଶ୍ରମିକ, କୃଷକ, ଦିନ ମଜୁରିଆ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ମଳିତ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରମିକ ଶ୍ରେଣୀ ସ୍ୱାର୍ଥ ବିରୋଧି ୪ଟି ଶ୍ରମ କୋଡ ପ୍ରତ୍ୟାହାର, ଆଶା ପାଚିକା ସହାୟିକା, ଅଙ୍ଗନୱାଡି ସମେତ ସମସ୍ତ ସ୍କିମ ୱାର୍କରଙ୍କୁ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଭିତ୍ତିରେ
ୱାର୍କର ମାନ୍ୟତା ପ୍ରଦାନ କରାଯାଉ । ଶ୍ରମିକମାନଙ୍କ ପାଇଁ ମାସିକ ସର୍ବନିମ୍ନ ମଜୁରି ୨୬ହଜାର ଟଙ୍କାକୁ ବୃଦ୍ଧି କରାଯାଉ । ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଥାଇଥାନ କରାଯାଇନଥିବା ୬ ଜଣଙ୍କୁ ପୁନଃ ଆଶାକର୍ମୀ ନିଯୁକ୍ତି ଦେବା ସଂକ୍ରାନ୍ତୀୟ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହସଂପାଦକ ସାଏବୁ ନନ୍ଦ, ଜିଲ୍ଲା ଆଶା କର୍ମୀ ସଂଘର ସଂପାଦିକା ଓମି ଗୁପ୍ତା, ନିର୍ମାଣ ଶ୍ରମିକ ସଂଘର ଜଗବନ୍ଧୁ ବେହେରା, ନିଖିଳ ଓଡିଶା ପାଚିକା ସହାୟିକା ସଂଘର ଜିଲ୍ଲା ସଂପାଦିକା ମାଧବୀ କଲତା, ଆଶାକର୍ମୀ ସଂଘରୁ ଉଜୁଲି ମେହେର, ହରିପ୍ରିୟା କୁମ୍ଭାର, ମାଧବୀ ବେହେରା, କଲ୍ୟାଣି ସାହୁ, ମୁକ୍ତା ଉଦୁରକୁଲିଆ, ମମତା ବାଗ, ବାସନ୍ତି ସେଠ, ମିନାକ୍ଷୀ ଜେନା, ଇଲାବତି ପଟେଲ, ମମତା କଚ୍ଛପ, ମମତା ଜେନା, ନିଳିମା ପଟେଲ, ସଂଜୁ ବାଗ, ପ୍ରଭାସିନୀ ରାଏ, ସରସ୍ୱତି ଗଡୁଆ, ଲାବନ୍ୟ ତ୍ରିପାଠି, କୁମଦିନୀ ବାଗ, ଅନୁପମା ସାଏ, ପ୍ରେମଲତା ରଣା, ଜ୍ୟୋସ୍ନାମୟୀ ଷଡଙ୍ଗୀ, କୋଇଲି ପ୍ରଧାନ, ସରସ୍ୱତୀ ଶର୍ମା, ଯଶୋବନ୍ତି ବେହେରା, ଜୁଲି କେନେଡି, ପୁଷ୍ପାଞ୍ଜଳି ବେହେରା, ପୁରୁଷୋତ୍ତମ କର୍ମୀ, ପବିତ୍ର ବାରିକ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଗୌର ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।