-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2024
( ଡୋଲେସ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ଶୁଭ ଉଦଘାଟିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ନିଯୁକ୍ତିର ସୁଯୋଗ ସୃଷ୍ଟି ଦ୍ବାରା ଯୁବ ପିଢୀ ଉପଯୁକ୍ତ ମାର୍ଗ ରେ ନିଯୁକ୍ତି ପାଇ ରୋଜଗାର କ୍ଷମ ହେଉଥିବା ପ୍ରକାଶ କରିଥିଲେ। ସଭାରେ ଜିଲ୍ଲା ନିଯୁକ୍ତି ଅଧିକାରୀ ବିନୋଦ ପ୍ରକାଶ ଲାକ୍ରା, ଖଡିଆଳ ବିଡ଼ିଓ ବିରସେନ ବେହେରା, ଖଡିଆଳ ନିର୍ବାହୀ ଅଧିକାରୀ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଖଡିଆଳ ଆଇଟିଆଇ ଅଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଯୋଗ ଦେଇ ଯୁବ ଗୋଷ୍ଠୀ ନିଯୁକ୍ତି ହେଲେ ରାଜ୍ୟ ବିକଶିତ ହେବା ସହ ପଥ ଭ୍ରଷ୍ଟ ହେବେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି।ଜିଲ୍ଲା ତଥା ରାଜ୍ୟ ସ୍ତରରୁ ୨୫ ରୁ ଉର୍ଦ୍ଧ କଂପାନୀ ଆସିଥିବା ସୂଚନା ଦେଇଛନ୍ତି ଖଡିଆଳ ବୋଡ଼େନ,କୋମନା, ସିନାପାଲି ଏବଂ ନୂଆପଡ଼ା ବ୍ଲକ ରୁ ଶତାଧିକ ଯୁବକ ଯୁବତୀମାନେ ସାମିଲ ହୋଇଥିଲେ।