-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧିନ ଆମ୍ବଗାଁସ୍ଥିତ ଜନତା ସରକାରୀ ହାଇ ସ୍କୁଲରେ ଷ୍ଟୁଡେଣ୍ଟ ପୋଲିସ କେଡେଟ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଧାନଶିକ୍ଷକ ଶୁକଦେବ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଘଣ୍ଟାପଡ଼ା ଥାନାର ଏଏସଆଇ ପବିତ୍ର ମୋହନ ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଥମେ କେଡେଟ ଛାତ୍ରଛାତ୍ରୀଙ୍କୁ ଟୋପି ପ୍ରଦାନ ସହ ଛାତ୍ରଛାତ୍ରୀମାନଙ୍କ କେତେକ କର୍ତ୍ତବ୍ୟ
ରହିଛି, ଯାହାକି ବର୍ତ୍ତମାନର ମୂଖ୍ୟ ସମସ୍ୟା ମଧ୍ୟରୁ ସଡ଼କ ସୁରକ୍ଷା, ସାମାଜିକ ସୁରକ୍ଷା ଉପରେ ସଚେତନ କରିବା ଉପରେ ବକ୍ତବ୍ୟ ରଖିଥିଲେ।ସେହିପରି ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ତ୍ରୀନାଥ ପାଣି ଯୋଗଦେଇ ଅନୁରୂପ ଭାବେ କେଡ଼େଟର ଭୂମୀକା ଉପରେ ବକ୍ତବ୍ୟ ରଖିଥିଲେ। ସହକାରୀ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହକାରୀ ଶିକ୍ଷକ ଦେବାଶିଷ ଥନାପତି, ସୌମିତ୍ରୀ ପ୍ରଧାନ,ସନ୍ତୋଷ ପାତ୍ର,ମହେନ୍ଦ୍ର ସାହୁ, ବୃହସ୍ପତି କାଲସେ ଅରୁଣ ରଣା ପ୍ରମୁଖ ସହଯୋଗ କରିଥିଲେ।